ଅନୁସନ୍ଧାନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଓଡିଶାର ଦୁଇ ପୋଲିସ ଆରକ୍ଷୀ ଅଧିକ୍ଷକଙ୍କୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପଦକ

Published By : Prameya-News7 Bureau | August 13, 2019 IST

ଭୁବନେଶ୍ବର ୧୩/୮: ଅନୁସନ୍ଧାନ କ୍ଷେତ୍ରରେ ଉତ୍କର୍ଷତା ଲାଗି ୨୦୧୯ ବର୍ଷ ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ତରଫରୁ ଦେଶବ୍ୟାପୀ ୯୬ ଜଣ ପୋଲିସଙ୍କୁ ପଦକ ପ୍ରଦାନ କରାଯାଇଛି । ଏଥିରେ ସାମିଲ ଅଛନ୍ତି ଓଡିଶାରୁ ଦୁଇ ଆରକ୍ଷୀ ଅଧିକ୍ଷକ-ଡଃ କନୱର ବିଶାଲ ସିଂ ଓ ମାଡକାର ସନ୍ଦୀପ ସମ୍ପତ । ପଦକ ପାଇଥିବା ପୋଲିସ ମାନଙ୍କ ମଧ୍ୟରୁ ସର୍ବାଧିକ ୧୫ ଜଣ ରହିଛନ୍ତି ସିବିଆଇରୁ, ୧୧ ଜଣ ମହାରାଷ୍ଟ୍ର ପୋଲିସରୁ, ୧୦ ଜଣ ଉତ୍ତର ପ୍ରଦେଶରୁ, ୯ ଜଣ କେରଳ ପୋଲିସରୁ, ୮ ଜଣ ମଧ୍ୟ ପ୍ରଦେଶ ପୋଲିସରୁ, ୬ ଜଣ ଦିଲ୍ଲୀ ପୋଲିସ ଓ କର୍ଣ୍ଣାଟକ ପୋଲିସରୁ ଏବଂ ଅନ୍ୟମାନେ ବାକି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳମାନଙ୍କରୁ । ଏମାନଙ୍କ ମଧ୍ୟରେ ୧୩ ଜଣ ମହିଳା ପୋଲିସ ପଦାଧିକାରୀ ରହିଛନ୍ତି ।

ଏହି ମେଡାଲ ୨୦୧୮ରୁ ପ୍ରଦାନ କରାଯାଉଛି ଏବଂ ଏହାର ଉଦ୍ଦେଶ୍ୟ ହେଉଛି ଅପରାଧିକ ଅନୁସନ୍ଧାନ ନିମନ୍ତେ ଉଚ୍ଚ ବୃତ୍ତିଗତ ସ୍ତରକୁ ପ୍ରୋତ୍ସାହିତ କରିବା ଏବଂ ଅନୁସନ୍ଧାନକାରୀ ପଦାଧିକାରୀମାନଙ୍କ ମଧ୍ୟରେ ଥିବା ଏହି ଉତ୍କର୍ଷତାକୁ ସ୍ୱୀକୃତି ପ୍ରଦାନ କରିବା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.