suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଅତ୍ୟନ୍ତ ନିନ୍ଦନୀୟ ! ବୃଦ୍ଧ ପିତାଙ୍କ ହାତ ଗୋଡ ଧରି ରାସ୍ତାରେ ଘୋସାଡୁଛନ୍ତି ଦୁଇ ପୁଅ, ଭିଡିଓ ଭାଇରାଲ୍ ପରେ ଦୁଇ ପୁଅ ଗିରଫ

24/09/2020 at 1:52 PM

ଗ୍ରେଟର ନୋଏଡା ୨୪/୦୯ : ଉତ୍ତର ପ୍ରଦେଶ ଗ୍ରେଟର ନୋଏଡା ଦନକର ଥାନା ଅନ୍ତର୍ଗତ ଧନୌରୀ ଗାଁର ଏକ ଭିଡିଓ ଭାଇରାଲ ହୋଇଛି | ଭିଡିଓକୁ ସୋସିଆଲ ମିଡ଼ିଆରେ ଖୁବ ନିନ୍ଦା କରାଯାଇଛି । ଭିଡିଓରେ ଦୁଇ ପୁଅ ନିଜର ୭୦ ବର୍ଷ ବୟସ୍କ ବୃଦ୍ଧ ପିତାଙ୍କୁ ରାସ୍ତାରେ ଘୋସାଡୁଥିବା ଦେଖିବାକୁ ମିଳିଛି । ବୃଦ୍ଧ ଜଣକ ନିଜକୁ ଛଡ଼େଇବା ପାଇଁ ବହୁତ ଚେଷ୍ଟା କରୁଛନ୍ତି କିନ୍ତୁ ପୁଅମାନେ ତାଙ୍କୁ ମାରପିଟ କରୁଛନ୍ତି । ଭିଡିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାପରେ ପୋଲିସ ଦୁଇ ଅଭିଯୁକ୍ତ ପୁଅଙ୍କୁ ଗିରଫ କରି ୧୫୧ ଧାରା ଅନୁଯାୟୀ ମାଜିଷ୍ଟ୍ରେଟଙ୍କ ପାଖରେ ହାଜର କରିଛି ।

ସୋସିଆଲ ମିଡ଼ିଆରେ ଏହି ଭିଡିଓ ଖୁବ ଭାଇରାଲ ହେଉଛି । ଘଟଣା ସମୟରେ ଆଖପାଖ ଅଞ୍ଚଳର ଲୋକେ ମୂକଦର୍ଶକ ହୋଇ ଛିଡା ହୋଇଛନ୍ତି । ଭିଡିଓ ଭାଇରାଲ ହେବାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପୋଲିସ ତଦନ୍ତରୁ ଜଣାପଡିଥିଲା ଯେ ଘଟଣା ମଙ୍ଗଳବାର ସନ୍ଧ୍ୟାର । ଏହି ଦୁଇ ନିର୍ଦୟୀ ଓ ହୃଦୟହୀନ ଯୁବକ ଆଉ କେହି ନୁହେଁ ବରଂ ବୃଦ୍ଧଙ୍କ ଦୁଇ ପୁଅ । ଏହାପରେ ପୋଲିସ ଦୁଇ ଯୁବକଙ୍କୁ ଗିରଫ କରି ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରିଥିଲା ।

ପୋଲିସ କହିବାନୁଯାୟୀ, ଅଭିଯୁକ୍ତ ପୁଅଙ୍କୁ ପଚରାଉଚୁରା ପରେ ଜଣାପଡିଥିଲା ଯେ ବୃଦ୍ଧ ପିତା ମଦ ନିଶାଶକ୍ତ ଓ ପ୍ରତିଦିନ ମଦ ପିଅନ୍ତି । ମଦ ତାଙ୍କ ପାଇଁ ସ୍ୱାସ୍ଥ୍ୟ ପାଇଁ ହାନିକାରକ । ମଙ୍ଗଳବାର ଦିନ ମଧ୍ୟ ସନ୍ଧ୍ୟାରେ ଜଣେ ପଡୋଶୀଙ୍କ ସହ ବସି ସେ ମଦ ପିଉଥିଲେ । ପୁଅମାନେ ଆସି ତାଙ୍କୁ ମଦ ପିଇବାକୁ ବାରଣ କରିବା ସହ ଘରକୁ ଯିବାକୁ ଡାକିଥିଲେ । କିନ୍ତୁ ସେ ପୁଅଙ୍କ କଥା ନ ଶୁଣି ଓଲଟା ତାଙ୍କୁ ଗାଳିଗୁଲଜ କରିଥିଲେ । ଏହାପରେ ଦୁଇ ଭାଇ ବୃଦ୍ଧଙ୍କ ଗୋଡ ଓ ହାତ ଟାଣି ତାଙ୍କୁ ନେଇଯାଇଥିଲେ । ସେତେବେଳେ ଜଣେ ଦୋକାନୀ ଘଟଣାର ଭିଡିଓ ରେକଡିଂ କରି ସୋସିଆଲ୍ ମିଡ଼ିଆରେ ଭାଇରାଲ କରିଥିଲେ । ପୋଲିସ ଏହି ମାମଲାରେ ତଦନ୍ତ ଜାରି ରଖିଛି ।

   Related Posts