୨ନାବାଳିକା ଭଉଣୀଙ୍କୁ ଜବରଦସ୍ତି ଘରୁ ଉଠାଇ ଗଣଦୁଷ୍କର୍ମ କରି ଫିଙ୍ଗିଦେଲେ ପାହାଡ଼ରେ : ଜଣେ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | October 19, 2020 IST

ଜାଲୌର ୧୯/୧୦: ରାଜସ୍ଥାନର ଜାଲୌରର ଭିନମାଲରେ ୨ନାବାଳିକା ଭଉଣୀଙ୍କ ସହ ଗଣଦୁଷ୍କର୍ମ ଘଟଣା ସାମନାକୁ ଆସିଛି। ପୋଲିସରେ ରୁଜୁ ହୋଇଥିବା ମାମଲା ଅନୁସାରେ ଭିନମାଲ ଅଞ୍ଚଳରେ ଘରେ ଶୋଇଥିବା ୧୪ ଏବଂ ୧୫ବର୍ଷର ୨ଭଉଣୀଙ୍କୁ ୪ଜଣ ଯୁବକ ଜବରଦସ୍ତି ଉଠାଇ ନେଇଥିଲେ ଏବଂ ତାଙ୍କୁ ଜଙ୍ଗଲରେ ନେଇ ଯାଇ ତାଙ୍କୁ ଗଣଦୁଷ୍କର୍ମ କରୁଥିଲେ।

ଏହା ପରେ ୨ ପୀଡ଼ିତା ରାଜାପୁରର ପାହାଡ଼ରୁ ଉଦ୍ଧାର ହୋଇଥିଲେ। ସେତେବେଳେ ତାଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିଲା। ରୁଜୁ ହୋଇଥିବା ମାମଲା ଅନୁସାରେ ରାତି ପାଖାପାଖି ୧ଟାରେ ଜେତାରାମ ଭିଲ ଏବଂ ତେଜାରାମ ଭିଲ ସମେତ ୪ଜଣ ଅଭିଯୁକ୍ତ ୨ଭଉଣୀଙ୍କୁ ଘରୁ ଉଠାଇ ନେଇଥିଲେ ଏବଂ ରାଜାପୁର ପାହାଡ଼ରେ ନେଇଯାଇ ତାଙ୍କୁ ଦୁଷ୍କର୍ମ କରିଥିଲେ। ପୀଡ଼ିତ ନାବାଳିକା ପାହାଡ଼ର ବୁଦାରୁ ରବିବାର ଦ୍ବିପ୍ରହର ୨.୩୦ରେ ଗୁରୁତର ଅବସ୍ଥାରେ ମିଳିଥିଲେ।

ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି ଏବଂ ଅନ୍ୟ ୩ଜଣ ଅଭିଯୁକ୍ତଙ୍କୁ ଖୋଜାଯାଉଛି। ପୋଲିସର କହିବା ଅନୁସାରେ ରାତିରେ ଥଣ୍ଡା ଅଧିକ ହେବାରୁ ଏବଂ ଶାରିରୀକ ଅତ୍ୟାଚାର ଯୋଗୁଁ ୨ ନାବାଳିକାଙ୍କ ସ୍ବାସ୍ଥ୍ୟ ବିଗିଡ଼ି ଯାଇଥିଲା। ଜଣେ ପୀଡ଼ିତାଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.