scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରାକ୍ଷୀ ବାନ୍ଧି ଫେରୁଥିବା ବେଳେ ୨ ଭଉଣୀଙ୍କୁ ଗଣ ଦୁଷ୍କର୍ମ, ଗିରଫ ୧୦ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ବିଜେପି ନେତାଙ୍କ ପୁଅ

2/09/2023 at 9:00 PM

ନୂଆଦିଲ୍ଲୀ: ଛତିଶଗଡ ରାୟପୁରରେ ଦୁଇ ଭଉଣୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏଥିରେ ୧୦ ଜଣ ଗିରଫ ହୋଇଥିବା ଗିରଫ ଅଭିଯୁକ୍ତମଙ୍କ ମଧ୍ୟରେ ଜଣେ ବିଜେପି ନେତାଙ୍କ ପୁଅ ରହିଥିବା ସୂଚନା ମିଳିଛି।

ପଢ଼ନ୍ତୁ-ଜେଟ୍ ଏୟାରୱେସ୍‌ ସଂସ୍ଥାପକ ନରେଶ ଗୋୟଲଙ୍କୁ ସେପ୍ଟେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଲା ଇଡି

ସୂଚନା ଅନୁସାରେ, ଦୁଇ ଭଉଣୀ ରାକ୍ଷୀ ବାନ୍ଧି ଫେରୁଥିବା ବେଳେ ଗଣ ଦୁଷ୍କର୍ମର ଶିକାର ହୋଇଛନ୍ତି। ୧୦ ଜଣ ଆକ୍ରମଣକାରୀମାନେ ଦୁଇ ଭଉଣୀଙ୍କ ରାସ୍ତା ଅବରୋଧ କରିବା ସହିତ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିଲେ। ପୁଲିସର ସୂଚନା ଅନୁସାରେ ୧୦ ଅଭିଯୁକ୍ତମଙ୍କ ମଧ୍ୟରୁ ପ୍ରଥମେ ୩ ଜଣ ଦୁଇ ଭଉଣୀଙ୍କୁ ଅଟକାଇଥିଲେ। ସେମାନଙ୍କ ଠାରୁ ଟଙ୍କା ଓ ମୋବାଇଲ୍ ଫୋନ୍ ଛଡ଼ାଇ ନେଇଥିଲେ।

ଏହାପରେ ଅନ୍ୟ ୭ ଜଣ ବାଇକ୍‌ ଯୋଗେ ଆସି ଦୁଇ ଭଉଣୀଙ୍କୁ ନିର୍ଚ୍ଛାଟିଆ ସ୍ଥାନକୁ ନେଇ ଗଣଦୁଷ୍କର୍ମ କରିଥିଲେ। ଏଥିସହିତ ଶାରିରୀକ ନିର୍ଯାତନା ମଧ୍ୟ ଦେଇଥିଲେ। ଏହି ଘଟଣାରେ ୧୦ ଜଣଙ୍କ ବିରୋଧରେ  ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତମଙ୍କ ମଧ୍ୟରେ ଜଣେ ବିଜେପି ନେତାଙ୍କ ପୁଅ ବି ରହିଛି।

ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଏକାଧିକ ଅପରାଧିକ ମାମଲା ରହିଛି। ସ୍ଥାନୀୟ ବିଜେପି ନେତା ଲକ୍ଷ୍ମୀ ନାରାୟଣ ସିଂହ ପୁନମ ଠାକୁର ଜଣେ ଅଭ୍ୟାସଗତ ଅପରାଧି। ଚଳିତ ବର୍ଷ ଅଗଷ୍ଟ ମାସରେ ସେ ବେଲ୍ ପାଇ ଜାମିନରୁ ମୁକୁଳିଛି।

ପଢ଼ନ୍ତୁ-ପ୍ରତି ସିଜିନ୍‌ରେ ପାର୍ଟନର ବଦଳାଇବା ସୁସ୍ଥ ସମାଜର ପରିଚୟ ନୁହେଁ: ଆଲ୍ଲାହବାଦ ହାଇକୋର୍ଟ

 

   Related Posts