“ଅଭିପ୍ସା ଓ ଅଭିଳାଷ” କ୍ଷୁଦ୍ର ଚଳଚ୍ଚିତ୍ର ଜାତୀୟ ସ୍ତରରେ ପୁରସ୍କୃତ
17/08/2020 at 4:26 PM

ଗଞ୍ଜାମ୧୭/୮: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ନୃତ୍ୟମ ଅନୁଷ୍ଠାନର ଗୁରୁ ତଥା ଚଳଚ୍ଚିତ୍ର ନିର୍ଦ୍ଦଶକ ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁଙ୍କ ନିର୍ଦ୍ଦେଶିତ ୨ଟି ଫିଲ୍ମ ‘ଭୋକାଲ ଫର୍ ଲୋକାଲ ଫେଷ୍ଟିଭାଲ’ ୨୦୨୦ ମସିହାର ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ବିବେଚିତ ହୋଇଛି।ସେହିପରି କରୋନା ସଚେତନ ଧର୍ମୀ ଅଭିଳାଷ ଚଳିଚ୍ଚିତ୍ରକୁ ଲକ୍ଡାଉନ୍ ସମୟରେ ବହୁ ଜାତୀୟ ଏବଂ ଅନ୍ତର୍ଜାତୀୟ ପୁରସ୍କାର ପାଇଥିଲା। ସେହିପରି ପୁଣିଥରେ ଇଷା ଭିଜନ୍ର ସନ୍ନ୍ୟାସୀ ମହାରଣାଙ୍କ ଦ୍ବାରା ପ୍ରଯୋଜିତ ଓ କୃଷ୍ଣ ଚନ୍ଦ୍ର ସାହୁଙ୍କ ଦ୍ବାରା ନିର୍ଦ୍ଦେଶିତ ସଚେତନତା ଧର୍ମି କ୍ଷୁଦ୍ର ଚଳଚ୍ଚିତ୍ର ” ଅଭିପ୍ସା ” ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଡିଜିଟାଲ ଇଣ୍ଡିଆ ଏନ୍ସେଟିଭ୍ ଫେଷ୍ଟିଭାଲ ୨୦୨୦ ମସିହାରେ ପ୍ରଦର୍ଶିତ ହୋଇଥିଲା। ଅଗଷ୍ଟ ୧୫ ତାରିଖରେ ଏହି ଚଳଚ୍ଚିତ୍ର ଶ୍ରେଷ୍ଠ ବିବେଚିତ ହୋଇଥିଲା ।
ପୁଣି ୨ଟି ଜାତୀୟ ସ୍ତରର ସମ୍ମାନ ଓ ଅଭିନେତା ଟି. ଶିବାଜୀ ଦାସଙ୍କୁ ଶ୍ରେଷ୍ଠ କଳାକାର ସମ୍ମାନ ମିଳିଛି। ସେହିପରି ଗଞ୍ଜାମ ମାଟି ପାଇଁ ଗର୍ବ ଓ ଗୌରବ ଆଣିଦେଇଛି । କ୍ଷୁଦ୍ର ଚଳଚିତ୍ର “ଅଭିପ୍ସା ” ର କୁନି କଳାକାର ଇ.ସଂଚିତା ପାତ୍ର ଓ ପ୍ରିତୀ ରଞ୍ଜନ ପ୍ରଧାନଙ୍କ ନିଖୁଣ ଅଭିନୟ ବିଚାରକ ମଣ୍ଡଳୀଙ୍କ ହୃଦୟ ସ୍ପର୍ଶୀ ହୋଇପାରିଛି । ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁ ଓ ଟିମ୍ଙ୍କ ଲଗାତାର ୨ଟି ସଫଳତା ପାଇଁ ପ୍ରଶଂସକ ମହଲ ତରଫରୁ ଅଭିନନ୍ଦନର ସୁଅ ଛୁଟିଛି ।