କୂଳଡିହା ଦନ୍ତା ହାତୀ ଆକ୍ରମଣରେ ଦୁଇ ଗୁରୁତର

Published By : Prameya-News7 Bureau | December 17, 2019 IST

ନୀଳଗିରି ୧୭।୧୨ - ଦିନକୁ ଦିନ ବଢୁଛି କୂଳଡିହା ହାତୀଙ୍କ ଉପଦ୍ରବ ଓ ମଣିଷକୁ ଆକ୍ରମଣ। କୂଲଡ଼ିହା ଦନ୍ତା ହାତୀ ଆକ୍ରମଣରେ ଦୁଇଜଣ ଗୁରୁତର ହୋଇ ନୀଳଗିରି ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି।

ଆମ୍ବଝର ଗ୍ରାମର ଶିଶୁ ସିଂ ଓ ଇନ୍ଦ୍ରଜିତ ସିଂ ଦୁଇଜଣ ଘର ନିକଟ ନିଜ ଧାନ କ୍ଷେତରେ କଳେଇ ବାନ୍ଧୁ ଥିବା ବେଳେ ଅଚାନକ ଗୋଟିଏ କୂଳଡ଼ିହା ଦନ୍ତା ସେମାନଙ୍କୁ ଆକ୍ରମଣ କରିଥିଲା। ହାତୀ ଆକ୍ରମଣରେ ଏହି ଦୁଇ ଜଣ ଗୁରୁତର ହୋଇଛନ୍ତି ।  ଏମାନଙ୍କ ଚିତ୍କାର ଶୁଣି ଅନ୍ୟମାନେ ଆସିବାରୁ ହାତୀ ପଳାଇଥିଲା। ଗୁରୁତର ଆବସ୍ଥାରେ ଏମାନଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.