ଆଜି ପୁର୍ବାହ୍ନ ୧୧ଟାରେ ପ୍ରକାଶ ପାଇବ ଯୁକ୍ତ-୨ ବିଜ୍ଞାନ ଫଳ
19/05/2018 at 4:43 AM

ଆଉ କିଛି ସମୟ ପରେ ପ୍ରକାଶ ପାଇବ ଯୁକ୍ତ-୨ ବିଜ୍ଞାନ ଫଳ। ପୁର୍ବାହ୍ନ ୧୧ଟାରେ ଭୁବନେଶ୍ବର CHSE କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ ପାଇବ । ଗଣଶିକ୍ଷା ମନ୍ତ୍ରୀ ବଦ୍ରୀନାରାୟଣ ପାତ୍ର ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିବେ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଛାତ୍ରଛାତ୍ରୀ ମାନେ www.chseodisha.nic.in ଏବଂ www.orissaresults.nic.inରୁ ନିଜର ରେଜଲ୍ଟ ଜାଣପାରିବେ । ଚଳିତ ବର୍ଷ ରାଜରୁ ୯୫ହଜାରୁ ଅଧିକ ଛାତ୍ରଛାତୀ ବିଜ୍ଞାନ ପରୀକ୍ଷା ଦେଇଛନ୍ତି । ଗତବର୍ଷ ମେ ୧୨ତାରିଖରେ ଯୁକ୍ତ-୨ ବିଜ୍ଞାନ ଫଳ ବାହାରିଥିଲା । ତେବେ ପରୀକ୍ଷା ଖାତା ଦେଖାରେ ସାମାନ୍ୟ ବିଳମ୍ବ ହେତୁ ଗତବର୍ଷ ତୁଳନାରେ ସପ୍ତାହେ ବିଳମ୍ବରେ ଚଳିତ ବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇବ । ତେବେ ଚଳିତ ମାସ ଶେଷ ସୁଦ୍ଧା କଳା ଓ ବାଣିଜ୍ୟ ରେଜଲ୍ଟ ମଧ୍ୟ ବାହାରିବା ସମ୍ଭାବନା ରହିଛି ।