ଗାଧୋଉଥିବାବେଳେ ବୁଡିଗଲେ ପର୍ଯ୍ୟଟକ, ଉଦ୍ଧାର କଲେ ଲାଇଫ ଗାର୍ଡ
21/03/2023 at 4:38 PM

ପୁରୀ ୨୧/୦୩: ପୁରୀ ସମୁଦ୍ରରେ ସ୍ନାନ ବେଳେ ବୁଡ଼ି ଯାଉଥିବା ଦୁଇଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି ଲାଇଫ ଗାର୍ଡ । ଉଦ୍ଧାର ଦୁଇ ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମ ବଙ୍ଗର ଦିଲ୍ଲିପ ସାମନ୍ତ ଓ ମଣ୍ଟୁ ମନା ।
ତେବେ ସମୁଦ୍ର କୂଳ ସେକ୍ଟର ୧୩ ହୋଟେଲ କାମେଲିଆ ସମ୍ମୁଖରେ ଏହି ଦୁଇ ପର୍ଯ୍ୟଟକ ସ୍ନାନ କରୁଥିଲେ । ବଡ ଲହଡି ଆସିବାରୁ ଦୁଇ ଜଣ ଗଭୀର ସମୁଦ୍ରକୁ ଭାସି ଯାଇଥିଲେ । ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡ ମାନେ ସମୁଦ୍ର ଭିତରକୁ ଯାଇ ଉଭୟଙ୍କୁ ଉଦ୍ଧାର କରିବା ସହ ପ୍ରାଥମିକ ଚିକିତ୍ସା କରିଛନ୍ତି ।