ମାଛ ଜାଲରେ ପଡ଼ିଲା ୨କ୍ବିଣ୍ଟାଲର ହ୍ବେଲ୍ ସାର୍କ

Published By : Prameya-News7 Bureau | February 20, 2020 IST

ଗୋପାଳପୁର ୨୦/୨: ଗୋପାଳପୁର ନିକଟସ୍ଥ ନୂଆ ବକ୍ସିପଲ୍ଲୀ ପାଖ ବଙ୍ଗୋପସାଗର ତଟରେ ସାର୍କ ମାଛ । ବୁଧବାର ଭୋର୍‌ ସମୟରେ ସ୍ଥାନୀୟ କିଛି ମତ୍ସ୍ୟଜୀବୀ ସମୁଦ୍ର ଭିତରୁ ଜାଲ ଟାଣି ଆଣିବା ବେଳେ ପ୍ରାୟ ୨୦୦ କିଲୋ ଓଜନର ମଧ୍ୟମ ଆକାରର ଏକ ସାର୍କ ମାଛ ଫସି ରହିଥିବା ଦେଖିବାକୁ ପାଇଥିଲେ । ତାହାର ପେଟ ପାଶ୍ୱର୍ ସମ୍ପୂର୍ଣ୍ଣ ଧଳା ଥିବା ବେଳେ ଉପର ପାଶ୍ୱର୍ ଛିଟ ଇଷତ୍‌ ନୀଳ ଆକାରର ଥିଲା । ଜାଲରେ ଲାଗି ତାହା କୂଳକୁ ଚାଲି ଆସିଥିଲା । କୂଳରେ ତାହା ରହି ଛଟପଟ ହେଉଥିଲା ।

ତେବେ ମତ୍ସ୍ୟଜୀବୀମାନେ ତାହାକୁ ହାତରେ ଠେଲି ଠେଲି ସମୁଦ୍ରର କିଛି ଭିତରକୁ ନେଇଯିବା ପରେ ଅଗଭୀର ଜଳରେ ସାର୍କଟି ପହଞ୍ଚି ଯାଇଥିଲା । ତା ପରେ ସେ ପାଣି ଢେଉରେ ଭାସି ସମୁଦ୍ରର ଗଭୀରତାକୁ ଚାଲି ଯାଇଥିଲା । ଯଦିଓ ମାଛଟିକୁ କୌଣସି ବିଶେଷଜ୍ଞ ଚିହ୍ନଟ କରିନାହାନ୍ତି ତେବେ ତାହା କୂଳରେ ଅଳ୍ପ ସମୟ ରହିବା ମଧ୍ୟରେ ମତ୍ସ୍ୟଜୀବୀମାନେ ତାକୁ ସାର୍କ ବୋଲି କହୁଛନ୍ତି ।

ଏହା ହ୍ୱେଲ ସାର୍କ ପ୍ରଜାତିର ହୋଇପାରେ ବୋଲି ଅନୁମାନ କରାଯାଉଛି । ହ୍ୱେଲ ସାର୍କ ହେଉଛି ସବୁଠୁ ବଡ଼ ମାଛ । ଏହାର ପେଟ ପାଖ ଧଳା ଥାଏ ଏବଂ ଉପର ଛିଟ ଥାଏ ଯାହାକି ଆଜି ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଥିବା ସାର୍କ ପାଖରେ ଦେଖିବାକୁ ମିଳିଥିଲା । ଏହି ସାର୍କ ମାଛ ଲମ୍ବ ଥିଲା ୧୫ ଫୁଟ ଓ ଓସାର ୫ ଫୁଟ ବୋଲି ମତ୍ସ୍ୟଜୀବୀଙ୍କ ସୂତ୍ରରୁ ଜଣାପଡ଼ିଛି । ଏମାନେ ସାଧାରଣତଃ ଗଭୀର ସମୁଦ୍ରରେ ରହିଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.