ଭଦ୍ର କଏଦୀ: ପାଚେରୀ ଡେଇଁ ଫେରାର ହେଲେ କିନ୍ତୁ ଲେଖିଯାଇଛନ୍ତି ‘ବ୍ୟସ୍ତ ହେବେନି ୧୫ ଦିନରେ ଫେରିଆସିବୁ’

Published By : Prameya-News7 Bureau | June 09, 2020 IST

ରୋମ, ୦୯|୦୬:    ଦୋଷ କରି ଗିରଫ ହୋଇଥିଲେ ଦୁଇ କଏଦୀ । ଜେଲରେ ରହିଲେ । ଏବେ ଏହି ଦୁଇଜଣ କଏଦୀ ଜେଲରୁ ଫେରାର ହୋଇଯାଇଛନ୍ତି । କେବଳ ଫେରାର ହୋଇନାହାଁନ୍ତି । ଏକ ଚିଠି ମଧ୍ୟ ଛାଡି ଯାଇଛନ୍ତି । ଏହି ଚିଠିରେ କଏଦୀଙ୍କ ସଚ୍ଚୋଟତା ଦେଖିବାକୁ ମିଳିଛି ।

ସୂଚନାନୁସାରେ, ଡାଭାଡ୍ ଜୁକାନୋଭିକ୍ ଓ ଲିଲ୍ ଆହମେଟୋଭିକ୍ ନାମକ ଦୁଇ ଭାଇ ଗିରଫ ହୋଇ ଇଟାଲୀର ରିବିବା ଜେଲରେ ଥିଲେ । ଉଭୟେ ଗତ ୨ ତାରିଖରେ ଜେଲର କାନ୍ଥ ତାଡି ଫେରାର ହୋଇଯାଇଛନ୍ତି । କିନ୍ତୁ ସେମାନେ ଏକ ଚିଠି ଛାଡି ଚାଲିଯାଇଛନ୍ତି ।

ଚିଠିରେ ଉଲ୍ଲେଖ ଅଛି ଯେ, ଦୁଇ ଭାଇ ଏବେ ଜେଲରେ ଅଛନ୍ତି । ତାଙ୍କ ପରିବାର ଲୋକେ ଅନେକ ଅସୁବିଧାର ସାମ୍ନା କରୁଛନ୍ତି । ଏପରିକି ଶିଶୁଙ୍କ ଦାୟିତ୍ୱ ବୁଝାଇବାକୁ କେହି ନାହାଁନ୍ତି । ସେମାନେ ଶିଶୁ ଓ ସେମାନଙ୍କ ପତ୍ନୀଙ୍କ କଥା ବୁଝି ଫେରିଆସିବେ ବୋଲି କହିଛନ୍ତି । ସେ ୧୫ ଦିନ ମଧ୍ୟରେ ଫେରି ଆସିବେ ବୋଲି କଥା ମଧ୍ୟ ଦେଇଛନ୍ତି ।

ଉଭୟ କଏଦୀ ସୁନା ଠକେଇ ଅଭିଯୋଗରେ ଗିରଫ ହେବା ସହ ୨୦୨୯ ଯାଏଁ ସଜ୍ଜା କାଟୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.