ରିଲାଏନ୍ସ ଜିଓ ପକ୍ଷରୁ ଜିଓ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ୫୯୪ ଟଙ୍କା ଓ ୨୯୭ ଟଙ୍କାର ପ୍ରିପେଡ୍ ପ୍ଲାନ୍ ଉନ୍ମୋଚିତ

Published By : Prameya-News7 Bureau | January 25, 2019 IST

ଭୁବନେଶ୍ୱର ୨୫/୧ : ଜିଓ ଫୋନ୍ ମନସୁନ୍ ହଙ୍ଗାମା ଅଫରରେ ରିଲାଏନ୍ସ ଜିଓପକ୍ଷରୁ ଆଜି ୫୯୪ ଟଙ୍କା ଏବଂ ୨୯୭ ଟଙ୍କାର ଦୁଇଟି ଦୀର୍ଘ ଭାଲିଡିଟି (ବୈଧତା) ଥିବା ପ୍ରିପେଡ୍ ପ୍ଲାନକୁ ସ୍ୱତନ୍ତ୍ର ଭାବେ ଜିଓଫୋନ୍ ବ୍ୟବହାରକାରୀଙ୍କ ପାଇଁ ଉନ୍ମୋଚନ କରାଯାଇଛି । ୫୯୪ ଟଙ୍କିଆ ପ୍ଲାନରେ ଜିଓଫୋନ୍ ବ୍ୟବହାରକାରୀମାନେ ୧୬୮ ଦିନ (ପାଖାପାଖି ୬ ମାସ) ପାଇଁ ଅସୀମିତ ଦୈନିକ ଡାଟା ଏବଂ ଜିଓ ଆପ୍ଲିକେସନକୁ ହାସଲ କରିପାରିବେ । ବିନା କୌଣସି ଏଫୟୁପି ସୀମାରେ ଅସୀମିତ ଲୋକାଲ ଏବଂ ଜାତୀୟ କଲ ସମେତ, ଜିଓଫୋନ୍ ବ୍ୟବହାରକାରୀମାନେ ଦୈନିକ ୦.୫ ଜିବି ଡାଟା ପାଇବେ ଏବଂ ଏହା ପରେ ୬୪କେବିପିଏସର ଅସୀମିତ ଇଟଂରନେଟ ହାସଲ କରିପାରିବେ । ଏହି ପ୍ଲାନରେ ୬ ମାସ ପର୍ଯ୍ୟନ୍ତ ପ୍ଲାନ ଅବଧିରେ ମାସକୁ ୩୦୦ ଏସଏମଏସ ପଠାଇବାର ସୁବିଧା ମଧ୍ୟ ରହିଛି ।

{"id":77857,"width":588,"height":391}


୨୯୭ ଟଙ୍କିଆ ପ୍ଲାନରେ ଗ୍ରାହକମାନେ ସେହି ସମାନ ବିନା କୌଣସି ଏଫୟୁପି ସୀମାରେ ଅସୀମିତ ସ୍ଥାନୀୟ ଏବଂ ଜାତୀୟ କଲିଂ ସୁବିଧା ପାଇବା ସହ ମାସକୁ ୩୦୦ ଏସଏମଏସ ଏବଂ ଦିନକୁ ୦.୫ ଜିବି କ୍ଷୀପ୍ର ବେଗର ଡାଟା ପାଇପାରିବେ । ଦୈନିକ ୦.୫ ଜିବି ଡାଟାର ସୀମା ଶେଷ ହୋଇଯିବା ପରେ ସେମାନେ ୬୪ କେବିପିଏସ ବେଗାରେ ଇଟଂରନେଟ୍କୁ ଉପଭୋଗ କରିପାରିବେ । ଏହି ପ୍ଲାନର ବୈଧତା (ଭାଲିଡିଟି) ହେଉଛି ୮୪ ଦିନ ଯାହା ଅର୍ଥ ହେଉଛି ପାଖାପାଖି ୩ ମାସ ।

{"id":77856}


ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପ୍ରତି ଭାରତୀୟଙ୍କୁ ଡିଜିଟାଲ୍ ସେବାର ଶକ୍ତି ଜରିଆରେ ସଶକ୍ତ କରିବାର ଲକ୍ଷ୍ୟ ନେଇ, ବିଶେଷ କରି ଯେଉଁମାନେ ଏକ ସ୍ମାର୍ଟଫୋନ୍ କିଣିପାରୁନାହାନ୍ତି ଓ ଯେଉଁମାନଙ୍କ ପାଇଁ ଗ୍ରାମାଚଂଳ ଏବଂ ଦୁର୍ଗମ ଅଂଚଳରେ, ଜିଓ ଫୋନ୍ ସେମାନଙ୍କ ଲୋକପ୍ରିୟ ଟିଭି ଧାରାବାହିକ, ଖବର ଏବଂ ସିନେମା ଦେଖିବାର ଏକ ନିର୍ଭରଶୀଳ ମାଧ୍ୟମରେ ପରିଣତ ହୋଇଛି, ତାହାକୁ ଦୃଷ୍ଟିରେ ରଖି ରିଲାଏନ୍ସ ରିଟେଲ୍ ପକ୍ଷରୁ ଜିଓଫୋନ୍କୁ ଉନ୍ମୋଚନ କରାଯାଇଛି ।

{"id":77860}


୫୦୧ ଟଙ୍କାର ପ୍ରଭାବୀ ମୂଲ୍ୟରେ ଉପଲବ୍ଧ ହେଉଥିବା ଜିଓଫୋନ୍ରେ ହାଇ ଏଣ୍ଡ୍ ସ୍ମାର୍ଟଫୋନ୍ ଭଳି ସବୁ ପ୍ରକାର ବୈଶିଷ୍ଟ୍ୟ ଓ ଆପ୍ଲିକେସନ ରହିଛି । ନିରବଚ୍ଛିନ୍ନ ୪ଜି ନେଟୱର୍କ ଥିବା ଜିଓଫୋନ୍ ହେଉଛି ଭାରତର ସର୍ବାଧିକ ବିକ୍ରି ହେଉଥିବା ଫୋନ୍ । ଅନେକ ବ୍ୟବହାରକାରୀଙ୍କ ପାଇଁ ଜିଓଫୋନ୍ ହେଉଛି ସେମାନଙ୍କ ପ୍ରଥମ ଟିଭି, ପ୍ରଥମ କ୍ୟାମେରା, ପ୍ରଥମ ରେଡିଓ ଓ ପ୍ରଥମ ମ୍ୟୁଜିକ ପ୍ଲେୟାର ମଧ୍ୟ । ଜିଓର ସମସ୍ତ ଲୋକପ୍ରିୟ ଆପ୍ଲିକେସନ ଯଥା ଜିଓ ଟିଭି, ଜିଓ ସିନେମା, ଜିଓ ସାବନ ସହିତ ଲୋକପ୍ରିୟ ସୋସିଆଲ ନେଟୱର୍କିଂ ସାଇଟ ଯଥା ଫେସବୁକ, ହ୍ୱାଟସଆପ ଇତ୍ୟାଦି ଏହାକୁ ବାସ୍ତବରେ ଏକ ସ୍ମାର୍ଟ ଫିଚର ଫୋନ୍ରେ ପରିଣତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.