ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକରେ ୨ଟି ରାଜନୈତିକ ଚିଠା ପ୍ରସ୍ତାବ ପାରିତ
Published By : Prameya-News7 Bureau | October 07, 2018 IST
ଭୁବନେଶ୍ୱର ୭/୧୦ : ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହୋଇଛି | ୨ ଟି ଚିଠା ପ୍ରସ୍ତାବ ପାରିତ ହୋଇଛି | ସେହି ଦୁଇଟି ହେଲା ରାଜ୍ୟ ସରକାରଙ୍କ ପ୍ରତାରଣା ଓ ମେଗା ଦୁର୍ନୀତି | ରାଜ୍ୟ ସରକାରଙ୍କ ପ୍ରତାରଣା ମଧ୍ୟରେ ରହିଛି ୫ଟି ପ୍ରସଙ୍ଗ- ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା, ଆୟୁଷ୍ମାନ ଯୋଜନା ଲାଗୁ ନକରିବା, ପୁରୁଣା ଏସଏସଜିମାନଙ୍କୁ ବାତିଲ କରି ନୂଆ ଏସଏସଜିଙ୍କୁ ଅର୍ଥ ପ୍ରଦାନ କରିବା, ବିଜୁ ଯୁବ ବାହିନୀ ଅର୍ଥସ୍ବାଧ, ଆମ ଗାଁ ଆମ ବିକାଶ | ମେଗା ଦୁ୍ର୍ନୀତି ମଧ୍ୟରେ ରହିଛି ପାଣି, ଖଣି, ବାଲି, ଚାରା, ଛତୁଆ ଏବଂ ଧାନ କିଣା ଭଳି ଦୁର୍ନୀତି | ମେଗା ଦୁର୍ନୀତିକୁ ନେଇ ଜନ ଜାଗରଣ ସୃଷ୍ଟି କରାଯିବ ବୋଲି କହିଛନ୍ତି ବିଜେପି ନେତା | ତୃଣମୂଳ ସ୍ତରରେ ଆନ୍ଦୋଳନ କରାଯିବ ଏବଂ ବିଜେପିର ସଙ୍ଗଠନ କିଭଳି ମଜବୁତ ସେନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି |