୧୦ ଟଙ୍କାରେ କିଲେ ପିଆଜ, ବିକିଲାବାଲା ଗଲେ ଜେଲ୍: ଶସ୍ତା-ହୀନସ୍ତାର ସତ କାହାଣୀ

Published By : Prameya-News7 Bureau | December 26, 2019 IST

ମଧ୍ୟପ୍ରଦେଶ୨୬/୧୨: ପିଆଜର ଦାମରେ ଖାଉଟି ଘାଇଲା କିନ୍ତୁ ଏମିତି ବି ବିକ୍ରେତା, ଯିଏ କିଲୋ ୧୦ ଟଙ୍କାରେ ବିକୁଛନ୍ତି। ଗ୍ଲାଲିୟରରେ ଏମିତି ପିଆଜ ବିକ୍ରେତା ଲୋକଙ୍କ ପାଇଁ ହିରୋ ହୋଇଥିଲେ ବି ଆଇନ ଆଖିରେ ଦୋଷୀ। ଶସ୍ତାରେ ପିଆଜ ବିକି’ ‘ରବିନ ହୁଡ୍‌’ ପାଲଟିଛନ୍ତି ଦୁଇ ଯୁବକ।  ଦୁଇ ଯୁବକ ପିଆଜ କିଲୋପିଛା ୧୦/୨୦ ଟଙ୍କାରେ ବିକ୍ରି କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ତେବେ ଏବେ ୨ ଯୁବକଙ୍କୁ ମଧ୍ୟ ଜେଲ୍ ଯିବାକୁ ପଡ଼ିଛି। ଏଠି ପ୍ରଶ୍ନ ଉଠିଛି ଖାଉଟିଙ୍କ ଭଲ ପାଇଁ ଦୁଇଜଣ ଯୁବକ ପିଆଜ କିଲୋ ପିଛା ୧୦/୨୦ ଟଙ୍କାରେ ବିକ୍ରି କରୁଥିଲେ। ହେଲେ କାହିଁକି ତାଙ୍କୁ ଗିରଫ କରାଗଲା।

ସୂଚନାଯୋଗ୍ୟ ମଧ୍ୟପ୍ରଦେଶର ଗ୍ବାଲିୟର ଅଞ୍ଚଳର ଦୁଇଜଣ ଯୁବକ ଗୋଦାମରୁ ୬୦୦୦୦ କିଲୋ ପିଆଜ ( ୫୦ ପ୍ୟାକେଟ୍‌) ଚୋରି କରି ଶସ୍ତାରେ ବିକ୍ରି କରୁଥିଲେ।  ପିଆଜ ଶସ୍ତାରେ ବିକ୍ରି ହେବା ଦେଖି ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଭିଡ଼ ଲାଗିଥିଲା। କିଛି ସମୟ ଭିତରେ ଦୁଇଜଣ ଯୁବକ ଶସ୍ତାରେ ପିଆଜ ସବୁକୁ ବିକ୍ରି କରି ଦେଇଥିଲେ।

ପୋଲିସର ସୂଚନା ଅନୁସାରେ ଅଜୟ ଯାଟବ ଓ ଜିତୁ ବାଲ୍ମକୀ ନାମକ ଦୁଇଜଣ ଯୁବକ ଗୋଦାମରୁ ୬୦୦୦୦ କିଲୋ ପିଆଜ ଚୋରି କରି ଶସ୍ତା ମୂଲ୍ୟରେ ବିକ୍ରି କରିଥିଲେ। ପିଆଜ ଦର ବୃଦ୍ଧିରେ ଜନସାଧାରଣ ହଇରାଣ ହରକତ ହେଉଛନ୍ତି ସେଥିପାଇଁ ପିଆଜ ଚୋରି କରିଥିବା କଥା ଦୁଇଜଣ ଯୁବକ ପୋଲିସକୁ କହିଛନ୍ତି।  ପିଆଜ ଚୋରି ସଂପର୍କରେ ପୋଲିସ ଜାଣିବା ପରେ ଦୁଇଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚଲାଣ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.