ଅଟାରୀ ସୀମାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୨ ପାକିସ୍ତାନୀ ନିହତ

Published By : Prameya-News7 Bureau | December 17, 2020 IST

ନୂଆଦିଲ୍ଲୀ, ୧୭/୧୨ :  ସୀମା ସୁରକ୍ଷା ବଳ ବା ବିଏସଏଫ ଗୁରୁବାର ରାତ୍ରିରେ ଅନୁପ୍ରବେଶ ଉଦ୍ୟମ କରୁଥିବା ୨ ପାକିସ୍ତାନୀଙ୍କୁ ନିପାତ କରିଛି । ଅମୃତସରର ଅଟାରୀ ସୀମା ନିକଟରେ ଏହି ଗୁଳି ବିନିମୟ ଘଟିଛି । ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିବା ବେଳେ ୨ ପାକିସ୍ତାନୀଙ୍କୁ ପ୍ରଥମେ ବିଏସଏଫ ଚେତାବନୀ ଦେଇଥିଲା । ପରେ ସେମାନେ ଗୁଳିମାଡ କରିଥିଲେ । ଏହାର ପାଲଟା ଜବାବ ଦେଇଥିଲା ବିଏସଏଫ ।

ଏହି ଘଟଣା ପରେ ଗୁରୁବାର ସକାଳେ ବିଏସଏଫର ବରିଷ୍ଠ ଅଧିକାରୀ ପହଁଚିଛନ୍ତି । ୨ ଅନୁପ୍ରବେଶକାରୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଏଠାରେ କହି ରଖୁଛୁ ଯେ, ଗତ କିଛି ଦିନ ଧରି ଅନ୍ତରାଷ୍ଚ୍ରୀୟ ସୀମାରେ ଅନୁପ୍ରବେଶ ଉଦ୍ୟମ ଜୋର୍ ଧରିଛି ।ଏହାପୂର୍ବରୁ ନଭେମ୍ବର ୨୩ରେ ସାମ୍ବା ସେକ୍ଟରରେ କିଛି ପାକିସ୍ତାନୀ ଅନୁପ୍ରବେଶ ଉଦ୍ୟମ କରିଥିଲେ । ଏଥିରେ ୨ଜଣ ପାକିସ୍ତାନୀ ନିହତ ହୋଇଥିଲେ ।

ସେହିପରି ନଭେମ୍ବର ୮ ତାରିଖରେ ମଧ୍ୟ ଏକ ବଡ ଧରଣର ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ଯବାନମାନେ ପଣ୍ଡ କରିଥିଲେ । ବିଏସଏଫ ପ୍ରଥମେ ଅନୁପ୍ରବେଶକାରୀଙ୍କୁ ଚେତାବନୀ ଦେଇଥିଲେ । କିନ୍ତୁ ସେମାନେ ନଶୁଣି ଗୁଳିମାଡ କରିଥିଲେ । ଯାହାର ଯବାନମାନେ ମୁହଁତୋଡ ଜବାବ ଦେଇଥିଲେ ।  ଏହି ଅପରେସନରେ ସେନାର ୩ ଯବାନ ସହିଦ ହୋଇଥିଲେ ।

ଅଗଷ୍ଟ ମାସରେ ଗୁଜୁରାଟ-ରାଜସ୍ଥାନ ସୀମାରେ  ପ୍ରଥମ ଥର ପାଇଁ ଅନୁପ୍ରବେଶ ଘଟଣା ସାମ୍ନାକୁ ଆସିଥିଲା । ଏଥିରେ ମଧ୍ୟ ଜଣେ ଅନୁପ୍ରବେଶକାରୀ ନିହତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.