ଓଡ଼ିଆ ପୁଅ ଆୟୁଷ୍ମାନ ତ୍ରିପାଠୀ ଏବଂ ନୈସର୍ଗିକ ଲେଙ୍କା ପାଇଲେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ଶକ୍ତି ପୁରଷ୍କାର ୨୦୧୯

Published By : Prameya-News7 Bureau | January 23, 2019 IST

ଦିଲ୍ଲୀ ୨୩/୧ : ୨ ଓଡ଼ିଆ ପୁଅ ଆଣିଲେ ଗୌରବ । ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ଶକ୍ତି ପୁରଷ୍କାର ୨୦୧୯ ପାଇଲେ ଦୁଇ ଓଡ଼ିଆ ପୁଅ ଆୟୁଷ୍ମାନ ତ୍ରିପାଠୀ ଏବଂ ନୈସର୍ଗିକ ଲେଙ୍କା । ସ୍କଲାଷ୍ଟିକ୍ ବା ଶିକ୍ଷା ସମ୍ବନ୍ଧୀୟ କ୍ଷେତ୍ରରେ କୃତିତ୍ୱ ପାଇଁ ଆୟୁଷ୍ମାନଙ୍କୁ ଏବଂ ଇନୋଭେସନ୍ କ୍ଷେତ୍ରରେ ନୈସର୍ଗିକଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରଷ୍କୃତ କରିଛନ୍ତି । ୨୦୧୮ ଇଣ୍ଡୋନେସିଆରେ ଅନୁଷ୍ଠିତ ଇଣ୍ଟରନ୍ୟାସନାଲ୍ ଜୁନିୟର ସାଇନ୍ସ ଅଲମ୍ପିଆଡ଼ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରି ଆୟୁଷ୍ମାନ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ପାଖାପାଖି ୬୭ଟି ଦେଶକୁ ପଛରେ ପକାଇ ସ୍ୱର୍ଣ୍ଣପଦକ ବିଜୟୀ ହୋଇ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଥିଲେ ଆୟୁଷ୍ମାନ ।

{"id":77167}

ବଲାଙ୍ଗୀର ମାଲପଡ଼ାର ଅଞ୍ଚଳର ମନୋଜ ତ୍ରିପାଠୀ ଏବଂ ନିଳିମା ତ୍ରିପାଠୀଙ୍କ ପୁଅ ଆୟୁଷ୍ମାନ ତ୍ରିପାଠୀ । ସେହିଭଳି ଓଡ଼ିଶାର ୧୬ ବର୍ଷୀୟ ନୈସର୍ଗିକ ଲେଙ୍କାଙ୍କୁ ଜଳର ସୁପରିଚାଳନା ଭଳି ଇନୋଭେସନ୍ କ୍ଷେତ୍ରରେ ପୁରଷ୍କାର ମିଳିଛି । ଏହି ଅବସରରେ ଦେଶର ୨୫ ଜଣ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.