oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ଦେଶରେ ଆରମ୍ଭ ହେବ 5G ମୋବାଇଲ ସେବା, ପ୍ରଗତି ମଇଦାନରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
  • ||

ଚମକିଲା ବୁମରାଙ୍କ ଭାଗ୍ୟ, ଦୁଇଟି ନୋ ବଲ୍‌ ଦେଲା ଦୁଇଟି ବଡ ସଫଳତା

2/07/2022 at 10:07 PM

ବର୍ମିଂଘମ: ଯେବେ କୌଣସି ବୋଲର ନୋ ବଲ୍ ଫିଙ୍ଗନ୍ତି ତାଙ୍କୁ ନିରାଶ  ଲାଗିଥାଏ। ଅନେକ ଥର ଭାଗ୍ୟ ଖରାପ ଥିଲେ ନୋ ବଲ୍‌ରେ ଓ୍ଵିକେଟ୍ ମିଳିଥାଏ। ଆଉ ଏଥିରେ ଦଳକୁ ପରିଣାମ ଭୋଗିବାକୁ ପଡିଥାଏ। ମ୍ୟାଚର ଗତିପଥ ବଦଳି ଯାଏ। ଏହି କଥାକୁ ବେଶ୍ ଭଲ ଭାବେ ଜାଣିଛନ୍ତି ଯଶପ୍ରୀତ ବୁମରା। ଚାମ୍ପିଅନ୍ସ ଟ୍ରଫି ୨୦୧୭ରେ ଫକର ଜମାନଙ୍କ ବିରୋଧରେ ତାଙ୍କର ନୋ ବଲ୍ ସର୍ବଦା ମନେ ରହିବ। ବୁମରାଙ୍କ ନୋ ବଲ୍ କାରଣରୁ ଭାରତକୁ ଫାଇନାଲ୍ ମ୍ୟାଚ୍ ହାରିବାକୁ ପଡିଥିଲା। ମାତ୍ର ଇଂଲଣ୍ଡ ବିପକ୍ଷ ଏଜବାଷ୍ଟନରେ ଖେଳାଯାଉଥିବା ପଞ୍ଚମ ଟେଷ୍ଟରେ  ନୋ ବଲ୍ ହିଁ ବୁମରାଙ୍କ ଭାଗ୍ୟକୁ ଚମକାଇଛି। ତାଙ୍କର ଏହି ଭୁଲ୍ କାରଣରୁ ଗୋଟିଏ ହିଁ ନୁହେଁ ତାଙ୍କୁ ଦୁଇ ଦୁଇଟି ଓ୍ଵିକେଟ୍ ମିଳିଛି। ଏଥିରେ ଦଳକୁ ଫାଇଦା ମିଳିଛି।

ଇନିଂସର ତୃତୀୟ ଓଭରରେ ବୁମରା ଆଲେକ୍ସ ଲିସଙ୍କୁ କ୍ଲିନ ବୋଲ୍ଡ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ବୁମରା ଉକ୍ତ ଓଭରର ଶେଷ ବଲ୍ ନୋ ବଲ୍ ଦେଇଥିଲେ। ସୀମିତ ଓଭର କ୍ରିକେଟରେ ନୋ ବଲ୍ ମିଳିଲେ ବ୍ୟାଟସମ୍ୟାନ ଖୁସି ହୋଇଥାନ୍ତି। ହେଲେ ଆଲେକ୍ସ ଲିସ ବୁମରାଙ୍କ ଏହି ନୋ ବଲ୍‌ରେ କଦାପି ଖୁସି ହେବେ ନାହିଁ। କାରଣ ଉକ୍ତ ନୋ ବଲରେ ଜ୍ୟାକ୍ କ୍ରାଉଲି ଏକ ରନ ନେଇ ଲିସଙ୍କୁ ଷ୍ଟ୍ରାଇକ୍ ଦେଇଥିଲେ। ଅତିରିକ୍ତ ବଲ୍‌ରେ ବୁମରା ଲିସଙ୍କୁ କ୍ଲିନ ବୋଲ୍ଡ କରି ପାଭିଲିୟନ ରାସ୍ତା ଦେଖାଇଥିଲେ।

ଲିସଙ୍କ ପରି ବୁମରା ଓଲି ପୋପଙ୍କୁ ନୋ ବଲ୍‌ର ପରବର୍ତ୍ତୀ ବଲରେ ଆଉଟ୍ କରିଛନ୍ତି। ୧୧ମ ଓଭର ବୋଲିଂ କରିଥିବା ବୁମରା ୧ ରନ ଦେଇ ସାରୁଥିଲେ। ହେଲେ ଅମ୍ପାୟର ଡାକି କହିଥିଲେ ଯେ, ଶେଷ ବଲ୍ ନୋ ବଲ୍ ଫିଙ୍ଗିଛନ୍ତି। ନୋ ବଲ୍ ହେବା କାରଣରୁ ଅତିରିକ୍ତ ବଲ୍ ଫିଙ୍ଗିବାକୁ ଆସିଥିଲେ ବୁମରା। ଉକ୍ତ ବଲରେ ସେ ଓଲି ପୋପ୍‌ଙ୍କୁ ସ୍ଲିପ୍‌ରେ ଆଉଟ୍ କରିଥିଲେ। ପୋପ୍‌ଙ୍କ ଓ୍ଵିକେଟ୍ ନେବାପରେ ବୁମରାଙ୍କ ଉତ୍ସବ ପାଳନ ବେଶ୍ ଉପଭୋଗ୍ୟ ଥିଲା।

ଯଶପ୍ରୀତ ବୁମରା ଏ ପର୍ଯ୍ୟନ୍ତ ଇଂଲଣ୍ଡ ବ୍ୟାଟସମ୍ୟାନଙ୍କ ଉପରେ ଏ ପର୍ଯ୍ୟନ୍ତ ଚାପରେ ରଖିଛନ୍ତି। ତିନୋଟି ଓ୍ଵିକେଟ୍ ନେଇ ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଛନ୍ତି। ବୁମରା ୭ ଓଭରରେ ୩୦ ରନ ଦେଇ ୩ ଓ୍ଵିକେଟ୍ ନେଇଛନ୍ତି। ଏହି ସମୟରେ ୪ଟି ନୋ ବଲ୍ ଫିଙ୍ଗିଛନ୍ତି।

   Related Posts