ଅମୃତସର ଗୋଲ୍ଡେନ୍ ଟେମ୍ପୁଲ ନିକଟରେ ଗୁଟକା ଚୋବାଇବାରୁ ବ୍ୟକ୍ତିଙ୍କୁ ଖଣ୍ଡାରେ ହାଣି ହତ୍ୟା କଲେ ଦୁଇ ନିହଙ୍ଗ
8/09/2022 at 8:32 PM

ନୂଆଦିଲ୍ଲୀ: ଗୁଟଖା ଚୋବାଉଥିବାରୁ ବ୍ୟକ୍ତିଙ୍କୁ ହତ୍ୟା। ଗୋଲ୍ଡେନ୍ ଟେମ୍ପଲ ନିକଟରେ ଗୁଟ୍ଖା ଚୋବାଉଥିବାରୁ ବ୍ୟକ୍ତିଙ୍କୁ ହାଣି ହତ୍ୟା କଲେ ଶିଖ ନିହଙ୍ଗ। ଏଭଳି ଘଟଣା ଘଟିଛି ପଞ୍ଜାବ ଅମୃତସରର ହରମନ୍ଦିର ସାହିବ ନିକଟରେ। ବୁଧବାର ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ପୂରା ଘଟଣା ସିସିଟିଭିରେ ଏକଦୀ ହୋଇଛି।
ପୁଲିସର ସୂଚନା ଅନୁସାରେ, ବ୍ୟକ୍ତି ଜଣଙ୍କ ରାସ୍ତାରେ ଯାଉଥିବା ବେଳେ ଦୁଇ ନିହଙ୍ଗ ଖଣ୍ଡାଧରି ତାଙ୍କ ଉପରେ ଆକ୍ରମଣ କରିଥିଲେ। ବ୍ୟକ୍ତି ଜଣଙ୍କ ଜାଲିୱାନା ୱାଲାବାଗରେ ନିକଟରେ ଯାଉଥିବା ବେଳେ ନିହଙ୍ଗ ତାଙ୍କୁ ଖଣ୍ଡାରେ ହାଣି ସେଠାରୁ ଫେରାର୍ ହୋଇଯାଇଥିବା ମୃତ ବ୍ୟକ୍ତିଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ବ୍ୟକ୍ତିଙ୍କ ଛାତିରେ ଖଣ୍ଡା ଭୁସିବା ପରେ ରାତିସାରା ସେ ରାସ୍ତାରେ ପଡ଼ି ରହିଥିଲେ। ଶରୀରରୁ ରକ୍ତ ବୋହିଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ଆଜି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ଅମୃତସର ପୁଲିସ କମିଶନର ଅରୁଣପାଲ ସିଂହ।
ପୁଲିସର ସୂଚନା ଅନୁସାରେ, ମୃତ ବ୍ୟକ୍ତିଙ୍କ ନାଁରେ ହରମଞ୍ଜିତ ସିଂହ। ସେ ମଦ ପିଇଥିବା ବେଳେ ଗୁଟକା ଚୋବାଇବାକୁ ଚାହୁଁଥିଲେ। ହେଲେ ଦୁଇ ନିହଙ୍ଗ ଶିଖ୍ ତାଙ୍କୁ ଏପରି କରିବାକୁ ବାରଣ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା। ନିହଙ୍ଗ ତାଙ୍କ ଛାତିରେ ଖଣ୍ଡା ଭୁସି ଦେଇଥିଲେ। ଘଟଣାରେ ସେଠାରେ ଉପସ୍ଥିତ ଥିବା ଲୋକେ କୌଣସି ସାହାଯ୍ୟ କରିନଥିଲେ କି ପୁଲିସକୁ ସୁଚନା ଦେଇ ନଥିଲେ।
ରାତିସାରା ଆହତ ଅବସ୍ଥାରେ ପଡ଼ି ହରମଞ୍ଜିତ ସିଂହଙ୍କର ମୃତ୍ୟ ହୋଇଛି। ପୁଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି। ମାରପିଟ୍ରେ ସମ୍ପୃକ୍ତ ଥିବା ଜଣେ ବ୍ୟକ୍ତି ରମନ୍ଦୀପ ସିଂହଙ୍କୁ ଗିରଫ କରିଛି ପୁଲିସ।
ବୁଧବାର ରାତିରେ ଏହି ହତ୍ୟାକାଣ୍ଡ ଘଟିବା ପରେ ଗୁରୁବାର ସକାଳେ ହରମଞ୍ଜିତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ପରେ ଲୋକଙ୍କ ଭିତରେ ମରିଯାଉଥିବା ମାନବିକତାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ପଞ୍ଜାବ ପୁଲିସ କମିଶନର।