ଭୁବନେଶ୍ୱର ୦୪/୦୧: ରାଜ୍ୟରେ ଡରାଇଲାଣି କୋଭିଡ । ସାରା ଓଡ଼ିଶାରେ ଚିହ୍ନଟ ହେବାରେ ଲାଗିଲେଣି ନୂଆ ନୂଆ ଆକ୍ରାନ୍ତ । ଏହାରି ଭିତରେ ନଜର ନଜର ଆସିଛି JN1 ଆକ୍ରାନ୍ତ ଚିହ୍ନଟ ହୋଇଛି ।
wp:html /wp:htmlଓଡ଼ିଶାରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛନ୍ତି । ୨ କରୋନା ନୂଆ ଭାରିଏଣ୍ଟ ମଧ୍ୟରେ JN.1 ଆକ୍ରାନ୍ତ ଚିହ୍ନଟ ହୋଇଛି । ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁସ୍ଥ ସୁନ୍ଦରଗଡ଼ ଜିଲ୍ଲାର । ଅନ୍ୟଜଣେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ । ଏନେଇ ସ୍ପଷ୍ଟ କରିଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ।
wp:embed {"url":"https://www.prameyanews7.com/2-new-positive-recognize-in-odisha-last-24-hour/","type":"wp-embed","providerNameSlug":"prameya-news-7"} /wp:embedସୂଚନା ଥାଉକି, ରାଜ୍ୟରେ ବଢୁଛି କରୋନା ପଜିଟିଭଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଆଉ ୨ ନୂଆ କରୋନା ପଜିଟିଭଙ୍କୁ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୫ ରହିଛି । ସେପଟେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବା ପରେ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଇଛି । ଯଦି କୌଣସି ବ୍ୟକ୍ତିଙ୍କୁ ଥଣ୍ଡା ଜ୍ୱର ଲାଗିରହୁଛି ସେମାନଙ୍କୁ ତୁରନ୍ତ ଟେଷ୍ଟ କରିବାକୁ ପରାମର୍ଶ ଦିଆଯାଇଛି । ପୂର୍ବ ଭଳି କରୋନା ଟେଷ୍ଟିଂ ସେଣ୍ଟର ସବୁବେଳେ ଖୋଲା ରହୁଥିବା ନେଇ ସୂଚନା ଦିଆଯାଇଛି ।