ସମୁଦ୍ର ଭିତରେ ମିଳିଲା ସୁନା,ରୁପା ମୋତି, ମାଣିକ ଭରା ଜାହାଜ, କୋଲୋମ୍ବିଆ ଓ ସ୍ପେନ୍ ମଧ୍ୟରେ ଟଣାଓଟରା, କାହାର ହେବ ସମ୍ପତ୍ତି ?

Published By : Prameya-News7 Bureau | June 11, 2022 IST

ବୋଗୋଟା: ସମୁଦ୍ର ଭିତରେ ସୁନା ବୋଇତ। ଆଉ ଏହି ବୋଇତ ଭିତରେ ଲୁଚି ରହିଛି କୋଟି କୋଟି ଟଙ୍କାର ସୁନା,ରୁପା, ମୋତି, ମାଣିକ୍ୟ। ୩ ହଜାର ଫୁଟ ତଳେ ରହିଛି ସୁନାଭର୍ତ୍ତି ‘ସାନ ଜୋସେ’ ଜାହାଜ। ଆଜକୁ ପ୍ରାୟ ୩ ଶହ ବର୍ଷ ତଳେ ବ୍ରିଟିଶରମାନଙ୍କର ଦ୍ୱାରା ଆକ୍ରମଣର ଶିକାର ହୋଇ ଏହି ଜାହାଜ ବୁଡ଼ିଯାଇଥିଲା ସମୁଦ୍ର ଗର୍ଭରେ।  

କଲୋମ୍ବିଆ ସେନା ଏହି ଜାହାଜକୁ ଖୋଜିପାଇଛି। ଏହାପରେ ସେନା ପକ୍ଷରୁ ଯେଉଁ ଫଟୋ ଶେୟାର କରାଯାଇଛି ତାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ପାଖାପାଖି ୧୭ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ସୁନା ଏହି ଜାହାଜରେ ଭରି ରହିଛି ବୋଲି ଅନୁମାନ କରାଯାଉଛି।

କୋଲୋମ୍ବିଆର କେରବିଆନ ସମୁଦ୍ର ଭିତରେ ଜାହାଜକୁ ଖୋଜିପାଇଥିଲା ସେନା। ଏହାକୁ ଖୋଜିବା ପାଇଁ ଦେଶର ସଂସ୍କୃତି ମନ୍ତ୍ରାଳୟ ଦ୍ୱାରା ଏକ ଅଭିୟାନ ଆରମ୍ଭ କରାଯାଇଥିଲା। ରିମୋଟ ପରିଚାଳିତ ଏକ ଗାଡ଼ିକୁ ସମୁଦ୍ରର ୯୫୦ ମିଟର(୩,୧୦୦) ଗଭୀର ଭିତରକୁ ଛଡ଼ାଯାଇଥିଲା।

ସେଥିରୁ ଜଣାପଡ଼ିଛି ଯେ ଏପର୍ଯ୍ୟନ୍ତ ଜାହାଜଟି ସମୁଦ୍ର ଗର୍ଭରେ ବିନା ମାନବ ହସ୍ତକ୍ଷେପରେ ସୁରକ୍ଷିତ ଭାବେ ପଡ଼ି ରହିଛି। ୬୪ଟି ତୋପ ଥିବା ସାନ ଜୋସେ’ ଜାହାଜ ୧୭୦୮ରେ ବ୍ରିଟିଶରମାନଙ୍କ ଆକ୍ରମଣରେ ‘ସମୁଦ୍ର ଗର୍ଭୀରେ ଲୀନ ହୋଇଯାଇଥିଲା। ୨୦୧୫ରେ ପ୍ରଥମେ ଏହାର ସୂଚନା ମିଳିଥିଲା

ସମୁଦ୍ର ଭିତରେ ବୁଡ଼ି ରହିଥିବା ଏହି ଜାହାଜରେ ଥିବା ତୋପଗୁଡ଼ି ଉପରେ କାଦୁଅ ମାଡ଼ିଯାଇଛି। ସେହିପରି ଚୀନା ମାଟି ପାତ୍ର, ବାସନକୁସନ ଓ ଗ୍ଲାସ ବୋଟଲ ଓ ସୁନା ପିସ୍‌ଗୁଡ଼ିକ ମଧ୍ୟ ପଡ଼ି ରହିଥିବା ଦେଖିବାକୁ ମିଳିଛି। ବୋଇତର ଗୋଟିଏ ଭାଗ ଶୈବାଳ ଲାଗିଯାଇଥିବା ବେଳେ ସମୁଦ୍ର ଜୀବମାନେ ଘର କରି ରହିଛନ୍ତି। କେବଳ ‘ସାନ ଜୋସେ’ ଜାହାଜ ନୁହେଁ, ଆଉ ଦୁଇଟି ଜାହାଜ ରେକ୍ ମଧ୍ୟ ମିଳିଛି। ଗୋଟିଏ ଉପନିବେଶ ଯୁଗର ବୋଇତ ହୋଇଥିବା ବେଳେ ଅନ୍ୟଟି ଉପନିବେଶ ଯୁଗ ପରର ଜାହାଜ। ସମୁଦ୍ର ଭିତରେ ବିପୁଳ ସମ୍ପତ୍ତିଯୁକ୍ତ ଜାହାତ ଠାବ କରିବା ପରେ କୋଲୋମ୍ବିଆ ନୌସେନାକୁ ଧନ୍ୟବାଦ ଦେଇଛନ୍ତି ରାଷ୍ଟ୍ରପତି ଇବାନ ଡୁକ୍ୟୁ।

ଏବେ ସୁନା ବୋଝେଇ ବୋଇତ ମିଳିଯିବା ପରେ ସ୍ପେନ୍, କୋଲୋମ୍ବିଆ ଓ ବୋଲିବିଆ ମଧ୍ୟରେ ବିବାଦ ଦେଖାଦେଇଛି। କୋଲୋମ୍ବିଆ ଜଳସୀମାରେ ମିଳିଥିବାରୁ ଏହା ତାଙ୍କ ଦେଶର ସଂସ୍କୃତି ଐତିହ୍ୟର ଅଂଶ। ତେଣୁ ଏହାକୁ ବିକ୍ରି କରାଯାଇପାରିବ ନାହିଁ ବୋଲି କୋଲୋମ୍ବିଆ କହୁଛି। ଏପଟେ ସ୍ପେନ୍ କହୁଛି ଯେହେତୁ ଜାହାଜ ଆମର ତେଣୁ ମିଳିଥିବା ସମ୍ପତ୍ତି ବି ଆମର ହେବା କଥା। ସେପଟେ ବୋଲିଭିଆ କହୁଛି ସ୍ପାନିସ ଆମ ଲୋକମାନଙ୍କୁ ସମ୍ପତ୍ତି ଖୋଳିବା ବାଧ୍ୟ କରୁଥିବାରୁ ଏହା ଆମକୁ ଦିଆଯାଉ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.