ମହାରାଷ୍ଟ୍ରରେ ଆଉ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୪୦କୁ ବୃଦ୍ଧି

Published By : Prameya-News7 Bureau | December 13, 2021 IST

ମୁମ୍ୱାଇ ୧୧/୧୨: ମହାରାଷ୍ଟ୍ରରେ ସୋମବାର ଦିନ ଓମିକ୍ରନ୍ ଭାରିଆଣ୍ଟର ୨ଟି ନୂଆ ମାମଲା ଆସିବା କାରଣରୁ ଚିନ୍ତା ବଢିଛି । ଏଥିମଧ୍ୟରୁ ପୁଣେରୁ ଗୋଟିଏ ମାମଲା ଆସିଥିବା ବେଳେ ଲାଟୁରୁ ଗୋଟିଏ ମାମଲା ଆସିଛି । ଗତ ଶୁକ୍ରବାର ଦିନ ଗୋଟିଏ ଦିନରେ ୭ଟି ନୂଆ ମହାରାଷ୍ଚ୍ର ସରକାରଙ୍କ ଚିନ୍ତା ବଢ଼ାଇ ଦେଇଥିଲା । ଆଜି ୨ ମାମଲା ଆସିଥିବା ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ଏପର୍ଯ୍ୟନ୍ତ ମିଳିଥିବା ସମସ୍ତ ନୂତନ ମାମଲାରେ ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଛି ।

ଶୁକ୍ରବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ପ୍ରଥମ ଥର ପାଇଁ ଭାରତର ଜଣେ ଶିଶୁ ଓମିକ୍ରନ୍ ସଂକ୍ରମଣର ଶିକାର ହୋଇଥିଲା । ଏସବୁକୁ ମିଶାଇ ଭାରତରେ ଓମିକ୍ରନ୍ ଭାରିଆଣ୍ଟର ୪୦ଟି ମାମଲା ଚିହ୍ନଟ ହୋଇଛି । ତେବେ ମୋଟ ଭାବରେ ମହାରାଷ୍ଟ୍ରରେ ୨୦ଟି ଓମିକ୍ରନ୍ ମାମଲା ଦେଖିବାକୁ ମିଳିଛି ।

ତେବେ ରାଜସ୍ଥାନରେ ୯ଟି ମାମଲା, କର୍ଣ୍ଣାଟକରେ ୩ ଟି ମାମଲା, ଗୁଜୁରାଟ ରେ ୩ଟି ମାମଲା, କେରଳରେ ଗୋଟିଏ ଏବଂ ଆନ୍ଧ୍ରପ୍ରଦେଶରେ ଗୋଟିଏ ଓମିକ୍ରନ ମାମଲା ରହିଛି । ସେହିପରି କେନ୍ଦ୍ର ଶାସିତ ଅଞ୍ଚଳ ଦିଲ୍ଲୀରେ ୨ ଟି ମାମଲା ମିଳିଥିବା ବେଳେ ଚଣ୍ଡିଗଡ଼ରେ ଗୋଟିଏ ମାମଲା ଚିହ୍ନଟ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.