scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ୍, ୩୦ ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ

13/08/2022 at 4:45 PM

ସମ୍ବଲପୁର ୧୩।୦୮: ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ୍ । ୩ଟି ପର୍ଯ୍ୟାୟରେ ଆଜି ୧୦ଟି ଗେଟ୍ ଖୋଲିଛି । ଜଳଭଣ୍ଡାରକୁ ୪ ଲକ୍ଷ ୬୬ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ସମାନ ପରିମାଣର ଜଳ ନିଷ୍କାସିତ ହେଉଛି । ହୀରାକୁଦର ଜଳସ୍ତର ରହିଛି ୬୧୭ ଦଶମିକ ୦୨ ଫୁଟ । ଜଳ ଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ । ପ୍ରବଳ ବର୍ଷା ଯୋଗୁଁ ଛତିଶଗଡ଼ ଉବୁଟୁବୁ ହେଉଥିବାରୁ ହୀରାକୁଦରେ ଆହୁରି ଅଧିକ ଗେଟ୍ ଖୋଲିପାରେ । ଆସନ୍ତା କାଲି ସକାଳ ୮ ଟା ସୁଦ୍ଧା ମୁଣ୍ଡଳୀ ଦେଇ ୬ ଲକ୍ଷ କ୍ୟୁସେକ ପାଣି ଅତିକ୍ରମ କରିବ । ଏଥିପାଇଁ ତଳିଆ ଅଞ୍ଚଳ ଲୋକଙ୍କୁ ସତର୍କ କରାଯାଇଛି ।

ଅନ୍ୟପଟେ ହୀରାକୁଦ୍‌ ଡ୍ୟାମ୍‌ରୁ ଏତେ ପରିମାଣରେ ଗେଟ୍‌ ଖୋଲାହେଲେ ଆଗକୁ ଛୋଟ ଧରଣ ବନ୍ୟା ହେବାର ଆଶଙ୍କା ରହିଛି ବୋଲି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି । ତାଙ୍କ ମତରେ , ଆମେ ସ୍ଥିତି ଉପରେ ନଜର ରଖିଛୁ । ଆଗୁଆ ପଦକ୍ଷେପ ନେଇ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲେ କରି ଆଲର୍ଟ ମୋଡ଼ରେ ରଖିଛି ।

   Related Posts