କନ୍ଧମାଳରେ ଭୁଶୁଡୁଛି ଲାଲ୍ ଗଡ, ପୋଲିସ ଗୁଳିରେ ୨ ମାଓବାଦୀ ନିହତ

Published By : Prameya-News7 Bureau | July 23, 2020 IST

କନ୍ଧମାଳ, ୨୩|୦୭: ଗୁରୁବାର କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ସିର୍ଲା ଜଙ୍ଗଲରେ ପୋଲିସ ଗୁଳିରେ ୨ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ମାଓବାଦୀମାନେ ଜଙ୍ଗଲରେ ଆଡ୍ଡା ଜମାଇଥିବା ସୂଚନା ପାଇ ପୋଲିସ ଏହି ଅପରେସନ କରିଥିଲା ।

ସୂଚନାନୁସାରେ, ସିର୍ଲା ଜଙ୍ଗଲରେ ମାଓବାଦୀମାନେ ଛପି ରହିଥିବା ଖବର ପାଇ ଏସଓଜି ଓ ଡିଭିଏଫ ଯବାନ ଗୁରୁବାର କମ୍ବିଂ ଅପରେସନ ଆରମ୍ଭ କରିଥିଲେ। କମ୍ବିଂ ବେଳେ  ମାଓବାଦୀ ଓ ପୋଲିସଙ୍କ ମଧ୍ୟରେ କିଛି ସମୟ ଧରି ଗୁଳିବିନିମୟ ହୋଇଥଲା। ଯବାନଙ୍କ ଗୁଳିରେ ୨ ଜଣ ମାଓବାଦୀ ପ୍ରାଣ ହରାଇଥିବା ଜଣାପଡିଛି। ଆଉ କିଛି ମାଓବାଦୀ ସେଠାରୁ ଖସି ପଳାଇଥିବା ଖବର ମିଳିଛି। ଯବାନମାନେ  ଜଙ୍ଗଲରୁ ବନ୍ଧୁକ ସହ କିଛି ମାଓସାମଗ୍ରୀ ମଧ୍ୟ ଜବତ କରିଛନ୍ତି ।

ସୂଚନାଯୋଗ୍ୟ, ଗତ ୫ ତାରିଖରେ ଏସଓଜି ଯବାନମାନେ ସଂପୃକ୍ତ ଜଙ୍ଗଲରେ କମ୍ବିଂ ଅପରେସନ କରୁଥିବା ବେଳେ ମାଓବାଦୀଙ୍କ ସହ ଗୁଳିବିନିମୟ ହୋଇଥିଲା। ଏଥିରେ ୨ ମହିଳା ମାଓବାଦୀଙ୍କୁ ମିଶାଇ ୫ ମାଓବାଦୀ ନିହତ ହୋଇଥିଲେ। ବିପୁଳ ଅସ୍ତ୍ରଶସ୍ତ୍ର ସହ ବହୁ ମାଓସାମଗ୍ରୀ ଜବତ କରିଥିଲା ପୋଲିସ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.