scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କାମ ସାରି ଘରକୁ ଫେରୁଥିବା ବେଳେ ହେଲା ବଜ୍ରପାତ, ଚାଲିଗଲା ଦୁଇ ଜୀବନ

22/06/2022 at 7:19 PM

ରାଇରଙ୍ଗପୁର, ୨୨/୦୬: ବଜ୍ରପାତରେ ଚାଲିଗଲା ଦୁଇ ଜଣଙ୍କ  ଜୀବନ। ମୟୂରଭଂଜ ଜିଲ୍ଲା ବିଶୋଇ ଥାନା ମଣଦା ଫାଣ୍ଡି ଅଧିନସ୍ଥ ମଣଦା ଗ୍ରାମରେ ଆଜି ଖରାବେଳେ ବଜ୍ରପାତରେ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ, ମତଦାନ ଗ୍ରାମର ଶୁଶାନ୍ତ ଗିରି ଦ୍ୱିପ୍ରହର ସମୟରେ ନଦୀରୁ ଗାଧୋଇ ଫେରୁଥିବା ବେଳେ ବାଟରେ ଅଚାନକ ଚଡ଼କ ମାରିବା ଫଳରେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ  । ସେହିଭଳି ସେହି ଗ୍ରାମର ଜାଲେ ପିଙ୍ଗୁଆ ଜଙ୍ଗଲ ପାଖ ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ଟଳି ପଡ଼ିଥିଲେ । ସେମାନଙ୍କୁ ମଣଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ । ସେମାନଙ୍କୁ ଶବ ବ୍ୟବଚ୍ଛେଦ କରାଯିବାପାଇଁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଦୁଇ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ।

   Related Posts