ଘାସ ଆଣିବାକୁ ଯାଇଥିବା ବେଳେ ହେଲା ବଜ୍ରପାତ, ଚାଲିଗଲା ଦୁଇ ଯୁବକଙ୍କ ଜୀବନ

Published By : Prameya-News7 Bureau | October 04, 2022 IST

ଚଣ୍ଡିଖୋଲ, ୦୪/୧୦: ବଜ୍ରାଘାତରେ ଚାଲିଗଲା ଦୁଇ ଜୀବନ । ଏପରି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଭୁବନପୁର ଗ୍ରାମରେ ଘଟିଛି । ଗ୍ରାମର ଦୁଇ ଜଣ ଯୁବକ ବାଞ୍ଛା ମଲିକ (୨୦) ଓ ଚନ୍ଦନ ମଲିକ (୧୬) ନିଜ ଘର ପାଖ ଏକ ବିଲକୁ ଘାସ ଆଣିବା ପାଇଁ ଯାଇଥିଲେ । ଆଜି ଲଘୁଚାପ ଜନିତ ଲଗାଣ ବର୍ଷା ଓ ଘଡ଼ଘଡ଼ି ଲାଗି ରହିଥିବା ବେଳେ ଦୁଇ ଯୁବକ ଏକ ପାଲ ମୁଣ୍ଡରେ ପକାଇ ଘାସ ପାଇଁ ଯାଇଥିଲେ । ଏହି ସମୟରେ ବଜ୍ରାଘାତ ହେବାରୁ ଦୁଇ ଜଣ ଯୁବକ ବିଲରେ ଟଳି ପଡ଼ିଥିଲେ ।

କିଛି ସମୟ ପରେ ବିଲରୁ ଆଉ କିଛି ଲୋକେ କାମ ସାରି ଫେରୁଥିବା ସମୟରେ ଦୁଇ ଯୁବକ ବିଲରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ସଂଗେ ସଂଗେ ଦୁଇଜଣଙ୍କୁ ବଡ଼ଚଣା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିଲେ । କୋମଳ ବୟସରେ ଦୁଇ ଯୁବକଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.