ବର୍ଷାରୁ ବର୍ତ୍ତିବା ପାଇଁ ଗୁମ୍ଫାରେ ନେଇଥିଲେ ଆଶ୍ରୟ, ମାଟି ଅତଡା ଖସି ୨ ମୃତ

Published By : Prameya-News7 Bureau | August 18, 2022 IST

ଜୟପୁର, ୧୮।୦୮: ଲଗାଣ ବର୍ଷାର ପ୍ରଭାବ । ମାଟି ଅତଡା ଖସି ୨ ମୃତ ।  ଆଉ ୨ ଜଣ ମାଟି ତଳେ ଏବେ ବି ଚାପି ହୋଇ ରହିଥିବା ଜଣାପଡ଼ିଛି । କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ମାଳିପଦର ଗାଁ ନିକଟସ୍ଥ ଗୋବର ଧାରା ନଦୀ ତୋଠରେ ଥିବା ଗୁମ୍ପାରେ ମାଟି ଅତଡା ଖସି ଏହି ଅଘଟଣ ଘଟିଛି ।

ସୂଚନା ଅନୁସାରେ ହଳଦୀକୁଣ୍ଡ ଗ୍ରାମର ତିନି ଜଣ ପୁରୁଷ ଓ ଜଣେ ମହିଳା ନିଜର ଜୀବନ ଜୀବିକା ପାଇଁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ନିକଟସ୍ଥ ଗୁମ୍ପାକୁ ଗତ ମଙ୍ଗଳବାର ଦିନ ଯାଇଥିଲେ। ତେବେ ସେମାନେ ଘରକୁ ନ ଫେରିବାରୁ ପରିବାର ଲୋକ ବହୁତ ଖୋଜଖୋଜି କରି ବି ସେମାନଙ୍କ ପତ୍ତା ପାଇନଥିଲେ । ତେବେ ଆଜି ଅପରାହ୍ନରେ ସେହି ଗୁମ୍ପା ଜଙ୍ଗଲ ନିକଟଦେଇ ଜଣେ ଲୋକ ଯାଉଥିବା ବେଳେ ମାଟି ଦବି ଯାଇଥିବା ଦେଖିଥିଲେ। ସଂଗେ ସଂଗେ ଗାଁ ଲୋକଙ୍କୁ ଜଣେଇଥିଲେ । ସ୍ଥାନୀୟ ଲୋକ ଓ ଗାଁ ଲୋକଙ୍କ ଦ୍ୱାରା ତ୍ରିଲୋଚନ ଦୁରୁଆ ଓ ସେଲମୀ ଦୁରୁଆଙ୍କ ଶବ ଉଦ୍ଧାର କରିଥିଲେ। ଏବେ ବି ମାଟି ତଳେ ଆଉ ୨ ଜଣ ସ୍ୱାମୀ ସ୍ତ୍ରୀ ମାଧବ ଚାଲାଣ ଓ ସମାରି ଚାଲାଣ ମାଟି ତଳେ ଦବି ରହିଥିବାର ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.