scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦୁଇ ପୃଥକ୍‌ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ, ୮ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି

27/10/2022 at 10:18 PM

କେନ୍ଦୁଝର, ୨୭/୧୦: କେନ୍ଦୁଝର ପଣ୍ଡାପଡା ଥାନା ଅଞ୍ଚଳରେ ଦୁଇଟି ଦୁଇଟି ପୃଥକ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ଆଠ ଜଣ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ମିଳିଥିବା ସୂଚନା ଅନୁସାରେ ସନ୍ଧ୍ୟାରେ ଦୁଇଟି ବଡ଼ ଦୁର୍ଘଟଣା ଘଟିଛି । ପଣ୍ଡାପଡା ଥାନା ସୁନଟାଙ୍ଗିରି ନିକଟ ଗେଣ୍ଡାଯୋଡିରେ ଗୋଟିଏ ଦୃତଗାମୀ ବାଇକ୍‌ ଭାରସାମ୍ୟ ହରାଇ ସମ୍ମୁଖ ଆଡୁ ଆସୁଥିବା ଆଟୋ ଭିତରେ ପଶିଯାଇଥିଲା । ଫଳରେ ଓସ୍ତପଙ୍ଗା ଗ୍ରାମର ବାଇକ ଚାଳକ ବବି ନାଏକର ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଅଟୋରେ ଥିବା ବଳଭଦ୍ରପୁର ଗ୍ରାମର କାଳନ୍ଦୀ ନାଏକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି । ଅଟୋରେ ଥିବା ବଳଭଦ୍ରପୁର ଗ୍ରାମର ଭବାନୀ ନାଏକ(୬), ବାବୁଲୁ ନାଏକ, ବାଇକରେ ଥିବା ଓସ୍ତପଙ୍ଗାର ଗୋପୀ ମହାରଣା ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

ଅନ୍ୟପଟେ ସେହି ପଣ୍ଡାପଡା ଥାନା ଅନ୍ତର୍ଗତ ଜନ୍ତାରୀ ଗୋନାସିକ ଘାଟିରେ ଭୋଜି ଖାଇ ଫେରୁଥିବା ଏକ ଆଟୋ ଓଲଟି ପଡିଥିଲା। ଫଳରେ ଅଟୋରେ ଥିବା ୫ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଉଭୟ ଦୁର୍ଘଟଣାରୁ ଆଟୋ ବାଇକ ଦୁର୍ଘଟଣାରେ ଗୁରୁତର ୨ ଜଣ ଏବଂ ଘାଟିରେ ଆଟୋ ଓଲଟିବା ଘଟଣାରେ ଜଣଙ୍କର ଆଵସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି। ସ୍ଥାନୀୟ ପୋଲିସ ଖବର ପାଇ ଡାକ୍ତରଖାନାରେ ପହଁଚି ତଦନ୍ତ ଚଳାଇଛି।

   Related Posts