ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ମନସ୍ଲୁ ପର୍ବତରୁ ମଳିଲା ୨ ଜଣଙ୍କ ମୃତଦେହ, ସପ୍ତାହେ ପୂର୍ବରୁ ଆସିଥିଲା ବରଫ ଝଡ଼

2/10/2022 at 10:39 PM

ନୂଆଦିଲ୍ଲୀ, ୦୨/୧୦: ନେପାଳ ଅନ୍ତର୍ଗତ ମନସ୍ଲୁ ପାର୍ବତ୍ୟାଞ୍ଚଳରେ ଗୋଟିଏ ସପ୍ତାହ ପୂର୍ବରୁ ଏକ ବଡ଼ ଧରଣର ବରଫ ଝଡ଼ ଆସିଥିଲା । ଏହି ଝଡ଼ରେ ବରଫରେ ପୋତି ହୋଇଯାଇଥିବା ଦୁଇଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଦୁହିଁଙ୍କ ଭିତରେ ଭାରତର ଜଣେ ପର୍ବତାରୋହୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଝଡ଼ରେ ଏହି ଅଞ୍ଚଳରେ ଥିବା ଟେଣ୍ଟ ହାଉସ୍ ଗୁଡ଼ିକ ଧ୍ୱଂସ ହୋଇଯାଇଥିଲା । କିନ୍ତୁ ପୂର୍ବରୁ କେହି ମୃତ ହୋଇଥିବା ଜଣାପଡ଼ିନଥିଲା ।

ନେପାଳ ସରକାର ମନସ୍ଲୁ ପର୍ବତ ଚଢ଼ିବା ପାଇଁ ଚଳିତ ବର୍ଷ ୪୦୦ ଜଣଙ୍କୁ ଅନୁମତି ପ୍ରଦାନ କରିଛନ୍ତି । ସେପ୍ଟେମ୍ୱର ୨୬ରେ ହୋଇଥିବା ଏହି ଝଡ଼ରେ ଦୁଇଜଣ ପର୍ବତ୍ୟାରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି । ପର୍ବତାରୋହୀମାନେ ଉଚ୍ଚ ଶିବିରକୁ ଲଜିଷ୍ଟିକ୍ସ ନେଇ ଫେରୁଥିବାବେଳେ ମାନସ୍ଲୁ ପର୍ବତର କ୍ୟାମ୍ପ IV ତଳେ ଏହି ବାଟରେ ଝଡ଼ ଆସିଥିଲା ।     

ତେବେ ଏବେ ପର୍ଯ୍ୟନ୍ତ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବିଭିନ୍ନ ହେଲିକପ୍ଟର ଉକ୍ତ ଅଞ୍ଚଳ ବୁଲି ତନ୍ନ ତନ୍ନ କରି ଖୋଜୁଛନ୍ତି । ମନସ୍ଲୁ ପର୍ବତ ବିଶ୍ୱର ଅଷ୍ଟମ ବଡ଼ ପର୍ବତ ଏବଂ ୫ମ ବିପଦପୂର୍ଣ୍ଣ ପର୍ବତ । ୨୯୭ ଜଣଙ୍କ ମଧ୍ୟରୁ ଏହାକୁ ଏ ପର୍ଯ୍ୟନ୍ତ ୫୩ ଜଣ ଶୀର୍ଷ ଛୁଇଁ ଜୀବନ୍ତ ଫେରିଛନ୍ତି ।

   Related Posts