ତୋଟା ଭିତର ଗଛରେ ଝୁଲୁଛି ପୁରୁଷ ଓ ମହିଳାଙ୍କ ମୃତଦେହ, ମିଳିନି ପରିଚୟ

Published By : Prameya-News7 Bureau | August 31, 2022 IST

ଆନନ୍ଦପୁର, ୩୧/୦୮: ଆନନ୍ଦପୁର ଥାନା ଚାରିନାଳିଆ ଆମ୍ବତୋଟା ଠାରେ ଗୋଟିଏ ଗଛର ଜଣେ ପୁରୁଷ ଓ ଜଣେ ମହିଳାଙ୍କ ମୃତଦେହ ଝୁଲୁୁଥିବା ଅବସ୍ଥାରେ ଦେଖିବାକୁ ମିଳିଛି । ଦୁର୍ଗନ୍ଧ ହେବାରୁ ଆଜି ସନ୍ଧ୍ୟାରେ ସେହି ବାଟଦେଇ ଯାଉଥିବା କିଛି ଲେକ ସନ୍ଦେହ କରି ପୋଲିସକୁ ଖବର ଦେବାରୁ ପେଲିସ୍ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ୨ରୁ ୩ ଦିନ ତଳୁ ଏମାନଙ୍କ ମୃତ୍ୟୁ ହୋଇଥିବ ସନ୍ଦେହ କରାଯାଉଛି । ହେଲେ ରାତି ହୋଇଯିବା କରାଣରୁ ଆଜି ମୃତଦେହ ଗୁଡିକୁ ଉଦ୍ଧାର କରାଯାଇପାରି ନାହିଁ ।

ମୃତଦେହ ଗୁଡିକର ପରିଚୟ ମିଳିପାରି ନଥିବା ବେଳେ ଆସନ୍ତାକାଲି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଦ୍ଧାର କାର୍ଯ୍ୟହେବାକୁ ଥିବା ପୋଲିସ କହିଛି । ଅନ୍ୟପଟେ ଗତ ଜୁଲାଇ ମାସରେ ଦଧିବାମନପୁର ଠାରେ ହେଉଥିବା ଏକ ବାଲ୍ୟ ବିବାହବକୁ ସ୍ଥାନୀୟ ସିଡିପିଓ ପେଲିସ୍ ସହାୟତାରେ ରେକିଥିଲେ । ଝିଅଟି ନାବାଳିକା ହୋଇଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରଯାଇଥିଲା । ତେବେ ପୁରୁଷ ଓ ମହିଳା ଉକ୍ତ ବାହଘରର ବର ଓ କନ୍ୟା ବେଲି ସ୍ଥାନୀୟ ଲେକେ ସନ୍ଦେହ  କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.