ବର୍ଷା ସମୟରେ ପାନ ଦୋକାନରେ ନେଇଥିଲେ ଆଶ୍ରୟ, ହେଲା ବଜ୍ରପାତ, ୨ ମୃତ ଓ ୫ ଗୁରୁତର

Published By : Prameya-News7 Bureau | August 06, 2022 IST

ବରଗଡ଼, ୦୬।୦୮: ବରଗଡ଼ ଜିଲ୍ଲା ବରପାଲି ବ୍ଲକ ବରିକେଲ ଗାଁରେ ବଜ୍ରାଘାତରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ମୃତକ ଦୁଇଜଣ ହେଲେ ବରିକେଲ ଗାଁର ଅବଦୂତ ଦୀପ ଓ ବୃହସ୍ପତି ଦୀପ । ଆହତଙ୍କୁ ପ୍ରଥମେ ବରପାଲି ହସ୍ପିଟାଲ ଓ ପରେ ବରଗଡ଼ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

ମୃତ ଓ ଆହତ ସମସ୍ତେ ବର୍ଷା ସମୟରେ ଗୋଟିଏ ପାନ ଦୋକାନରେ ଆଶ୍ରୟ ନେଇଥିବା ବେଳେ ହଠାତ ବଜ୍ରପାତ ହୋଇଥିଲା ଓ ସମସ୍ତେ ପଡିଯାଇଥିଲେ । ଗ୍ରାମବାସୀ ତୁରନ୍ତ ସମସ୍ତଙ୍କୁ ବରପାଲି ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ବରଗଡ଼ ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦେଇଛନ୍ତି । ସେହିପରି ପାଟକୁଳୁଣ୍ଡା ଗାଁରେ ୮ ଛେଳି ଓ ଗୋଟିଏ ବଳଦର ମୃତ୍ୟୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.