ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ଉଦ୍ଧବ ଠାକରେଙ୍କୁ ଲାଗିବ ଝଟକା, ସିନ୍ଦେ ଗୋଷ୍ଠୀରେ ସାମିଲ ହେବେ ଆଉ ୨ ସାଂସଦ ଏବଂ ୫ ବିଧାୟକ !

5/10/2022 at 7:52 PM

ମୁମ୍ୱାଇ: ଶିବସେନା ଦୁଇ ଗୋଷ୍ଠୀରେ ଭାଗ ହେବା ପରେ ଉଦ୍ଧବ କ୍ୟାମ୍ପକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବାରେ ଲାଗିଛି। ସିନ୍ଦେ ଗୋଷ୍ଠୀ ନିଜ ଶକ୍ତି ବଢାଇ ଚାଲିଛି । ବୁଧବାର ଦଳର ଲୋକସଭା ସାଂସଦ ଦାବି କରିଛନ୍ତି ଯେ, ଉଦ୍ଧବ ଠାକରେ ଗୋଷ୍ଠୀର ଦୁଇ ସାଂସଦ ଏବଂ ୫ ବିଧାୟକ ଦଶହରା ରାଲିରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାର ଯୋଗଦେବେ ।

କାହାର ଶିବସେନା ଅଧିକ ଶକ୍ତିଶାଳୀ ତାହା ଦର୍ଶାଇବା ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ଲଢେଇ ଜାରି ରହିଛି । ଦଶହରା ରାଲିରେ ଦୁଇ ଗୋଷ୍ଠୀ ନିଜ ନିଜର ଶକ୍ତି ପ୍ରଦର୍ଶନ କରିବେ । ଅନ୍ୟପଟେ ରାସ୍ତାରେ ମଧ୍ୟ ଦୁଇ ଗୋଷ୍ଠୀର ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳୁଛି । ଏପରି ସ୍ଥିତିରେ ଉଦ୍ଧବ କ୍ୟାମ୍ପର ସାଂସଦ ଏବଂ ବିଧାୟକ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ ଆସିବା ରାଲିର କୌତୁହଳକୁ ଅଧିକ କରିବ।

ଜୁନରେ ଶିବସେନାରେ ବିଦ୍ରୋହ ଦେଖାଦେଇଥିଲା । ଏକନାଥ ସିନ୍ଦେ  ନିଜର ଗୋଷ୍ଠୀ କରି ଦଳରେ ବିଦ୍ରୋହ କରିଥିଲେ । ଏହାପରେ ସେ ବିଜେପି ସହ ମିଶି ରାଜ୍ୟରେ ସରକାର ଗଠନ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ । ବର୍ତ୍ତମାନ ସମୟରେ ସିନ୍ଦେ ଗୋଷ୍ଠୀ ପାଖରେ ୪୦ ବିଧାୟକ ଏବଂ ୧୨ ଲୋକସଭା ସାଂସଦଙ୍କ ସମର୍ଥନ ରହିଛି । ଅନ୍ୟପଟେ ଠାକରେ ଗୋଷ୍ଠୀ ନିକଟରେ ୧୫ ବିଧାୟକ ଏବଂ ୬ ସାଂସଦ ଅଛନ୍ତି।

   Related Posts