Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ଘନୀଭୂତ ହେବ ଲଘୁଚାପ, ପ୍ରଭାବରେ ଦୁଇଦିନ ପ୍ରବଳ ବର୍ଷିବ
  • ||
  • ରେଳ ଧାରଣାରୁ ମିଳିଲା ମନ୍ତ୍ରୀଙ୍କ ଭଣଜାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଦେଶରେ ଉପରତଳ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୧୫୮୧୫ କରୋନା ପଜିଟିଭ୍
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୩ କୋଭିଡ୍ ପଜିଟିଭ୍
  • ||
  • କନ୍ନଡ ଗାୟକ ଶିବମୋଗା ସୁବାନାଙ୍କ ଦେହାନ୍ତ, ୮୩ ବର୍ଷ ବୟସରେ ହୃଦଘାତରେ ପରଲୋକ
  • ||
  • ଲଘୁଚାପ ସକ୍ରିୟ : ଦୁଇ ଦିନ ଯାଏଁ ପ୍ରବଳ ବର୍ଷା, ଫୁଲୁଛି ବିଭିନ୍ନ ନଦୀ
  • ||

ବ୍ରିଟେନରେ ମନ୍ତ୍ରୀଙ୍କ ଇସ୍ତଫାର ଝଡ ଜାରି, ଅର୍ଥ ଏବଂ ସ୍ୱାସ୍ଥ୍ୟ ପରେ ଆଉ ଦୁଇ ମନ୍ତ୍ରୀ ଛାଡିଲେ ବୋରିସଙ୍କ କ୍ୟାବିନେଟ୍

6/07/2022 at 7:10 PM

ନୂଆଦିଲ୍ଲୀ: ବୋରିସ ଜନସନ କ୍ୟାବିନେଟରୁ ଇସ୍ତଫାର ଝଡ ଜାରି ରହିଛି । ଅର୍ଥ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ପରେ ଆଉ ଦୁଇ ଜଣ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି । କ୍ୟାବିନେଟରୁ ମନ୍ତ୍ରୀଙ୍କ ଇସ୍ତଫା ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଉପରେ ଅଧିକ ଚାପ ପକାଇଛି।

ବୁଧବାର ବ୍ରିଟେନର ଶିଶୁ ଏପଂ ପରିବାର କଲ୍ୟାଣ ମନ୍ତ୍ରୀ ୱିଲ ୱିନ୍ସ ଏବଂ  ପରିବହନ ରାଷ୍ଟ୍ର ମନ୍ତ୍ରୀ ଲଉରା ଟ୍ରୋଟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ୱିନ୍ସ କହିଛନ୍ତି, ଇସ୍ତଫା ଦେବା ଛଡା ଅନ୍ୟ କୌଣସି ବିକଳ୍ପ ନଥିଲା। ସେହିପରି ସରକାର ଉପରେ ବିଶ୍ୱାସ ହରାଇ ଥିବାରୁ ଇସ୍ତଫା ଦେଉଥିବା ଟ୍ରୋଟ କହିଛନ୍ତି। ଗୋଟିଏ ପରେ ଗୋଟିଏ ମନ୍ତ୍ରୀଙ୍କ ଇସ୍ତଫା ଜନସନଙ୍କ ପାଇଁ ନୂଆ ଅଡୁଆ ସୃଷ୍ଟି କରୁଛି । ନିକଟରେ ନିଜ ଦଳର ନେତା ପଦ ହରାଇବାରୁ ଅଳ୍ପକେ ବର୍ତ୍ତିଥିଲେ ଜନସନ।

ଏହା ପୂର୍ବରୁ ମଙ୍ଗଳବାର ଋଷି ସୁନକ ଏବଂ ସାଜିଦ୍ ଜାଭିଡ୍ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ନିଜ ଇସ୍ତଫା ସହ ଜନସନ ସରକାର ଉପରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ବର୍ତ୍ତମାନ ସରକାରର ଦୁର୍ନୀତିର ସଂସ୍କୃତିକୁ ଆଉ ବରଦାସ୍ତ କରିପାରିବେ ନାହିଁ ବୋଲି ଦୁହେଁ କହିଥିଲେ।

   Related Posts