ଆଲିଗଡ ଶିଶୁକନ୍ୟା ହତ୍ୟା ମାମଲାରେ ଅଭିଯୁକ୍ତର ଭାଇ ଓ ପତ୍ନୀ ଗିରଫ, ୧୦ ହଜାର ଟଙ୍କା ପାଇଁ ଥିଲା ବିବାଦ

Published By : Prameya-News7 Bureau | June 08, 2019 IST

ଆଲିଗଡ ୮।୬: ଉତ୍ତରପ୍ରଦେଶ ଆଲିଗଡରେ ୨ ବର୍ଷର ଶିଶୁ କନ୍ୟା ହତ୍ୟା ମାମଲାରେ ପୋଲିସ ଶନିବାର ଅଭିଯୁକ୍ତ ଜାହିଦର ଭାଇ ଓ ପତ୍ନୀଙ୍କୁ ଗିରଫ କରିଛି। ପୂର୍ବରୁ ପୋଲିସ ମୁଖ୍ୟ ଅଭିଯୁକ୍ତ ଜାହିଦ ସମେତ ସାଥୀ ଅସ୍ଲମକୁ ଗିରଫ କରିଥିଲା। ଦୁଇ ଜଣ ବିଭିନ୍ନ ଅପରାଧରେ ପୂର୍ବରୁ ମଧ୍ୟ ଜେଲକୁ ଯାଇଛନ୍ତି। ନିଜ ଝିଅ ପ୍ରତି ଦୁସ୍କର୍ମ ଅଭିଯୋଗରେ ଅସ୍ଲମ ଗିରଫ ହୋଇଥିଲା।

{"id":121119,"align":"center","width":341,"height":483}

ଅସ୍ଲମକୁ ସ୍ଥାନୀୟ ଅଞ୍ଚଳରେ ଲୋକେ ସଟ୍ଟା କିଙ୍ଗ କହିଥାନ୍ତି। ଟପ୍ପଲ ଥାନାରେ ତା ବିରୋଧରେ ବିଭିନ୍ନ ଅପରାଧିକ ମାମଲାରହିଛି। ନିକଟରେ ସେ ଗିରଫ ହୋଇ ଜେଲ ଯିବା ପରେ ଜାମିନରେ ମୁକୁଳିଥିଲା ବୋଲି କହିଛନ୍ତି ଏଡିଜି ଆନନ୍ଦ କୁମାର। ମୃତା ଶିଶୁକନ୍ୟାର ଜେଜେଙ୍କ ଠାରୁ ଜାହିଦ ୧୦ ହଜାର ଟଙ୍କା ଉଦ୍ଧାର ନେଇଥିଲା। ଏହି ଟଙ୍କାକୁ ନେଇ ଉଭୟ ପରିବାର ମଧ୍ୟରେ ବିବାଦ ଥିବା ବେଳେ ଜାହିଦ ଏଭଳି କୁକୃତ୍ୟ କରିଛି।

{"id":121120}

ସେପଟେ ଘଟଣାକୁ ନେଇ ଟପ୍ପଲ ଅଞ୍ଚଳରେ ଜନ ଅସନ୍ତୋଷ ଦେଖା ଦେଇଛି। ପୀଡିତ ପରିବାରକୁ ନ୍ୟାୟ ଦାବି କରିଲୋକେ କ୍ୟାଣ୍ଡଲ ମାର୍ଚ୍ଚ କରିଛନ୍ତି। ସେହିପରି କୋର୍ଟରେ ଅଭିଯୁକ୍ତଙ୍କ ସପକ୍ଷରେ ମୋକଦ୍ଦମା ପରିଚାଳନା ନ କରିବା ପାଇଁ ଓକିଲ ସଂଘ ନିଷ୍ପତି ନେଇଛି। ତେବେ ନ୍ୟାୟ ନ ମିଳିଲେ ପରିବାର ଲୋକେ ଆତ୍ମହତ୍ୟା କରିବାକୁ ଧମକ ଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.