ପୋଖରୀରେ ବୁଡ଼ିଗଲେ ଦୁଇ ନାବାଳିକା; ଜଣେ ମୃତ, ଜଣେ ଗୁରୁତର
7/10/2018 at 1:15 PM

ଅନୁଗୁଳ ୭/୧୦ : ତାଳଚେର କଣ୍ଢାଳ ଗ୍ରାମରେ ଅଘଟଣ ଘଟିଛି । ପାଣିରେ ବୁଡି ଜଣେ ୯ ବର୍ଷର ବାଳିକାଙ୍କ ମୃତ୍ୟୁ ହୋଇଛି । ମୃତକ ନାବାଳିକା ହେଲେ ପାୟଲ ସାହୁ । ଆଉ ଜଣେ ୯ ବର୍ଷ ଶିଶୁ କନ୍ୟା ଗୁରୁତର ହୋଇଛନ୍ତି । ଗୁରୁତର ନାବାଳିକା ଜଣକ ହେଲେ ଗୁଡି ସାହୁ । ଗୁରୁତର ଗୁଡିଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସକାଳ ୧୦ ଟା ବେଳେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇ ବୁଡିଯାଇଥିଲେ ଦୁଇଜଣ । ଗାଁ ଲୋକମାନେ ଉଦ୍ଧାର କରି ଅନଗୁଳ ମେଡିକାଲରେ ଭର୍ତ୍ତି କରିଥିଲେ ।