ବ୍ରାହ୍ମଣୀ ନଦୀରେ ଗାଧେଇବା ବେଳେ ବୁଡ଼ିଯାଇ ୨ ନାବାଳକ ମୃତ

Published By : Prameya-News7 Bureau | October 22, 2018 IST

ଯାଜପୁର ୨୨/୧୦ : ଗାଧୋଇବା ବେଳେ ବ୍ରାହ୍ମଣୀ ନଦୀରେ ବୁଡି ଯାଇ ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଛି | ମୃତକ ଦୁଇ ଜଣ ହେଲେ ଯାଜପୁର ସାହୁପଡ଼ା ଗାଁର ବ୍ରହ୍ମାନନ୍ଦ ବାରିକଙ୍କ ପୁଅ ରାଜୀବ ବାରିକ ଓ କାର୍ତ୍ତିକ ବାରିକଙ୍କ ପୁଅ ରାହୁଲ ବାରିକ | ଅଗ୍ନିଶମ ବିଭାଗର ସହାୟତାରେ ସ୍ଥାନୀୟ ଲୋକେ ଦୁଇଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ | ଉଭୟଙ୍କ ବୟସ ୧୦ ରୁ ୧୨ ବସ୍ର ହେବ | ଦୁଇଜଣ ଆଜି ସକାଳେ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ | କୌଣସି କାରଣ ବଶତଃ ସେମାନେ ନଦୀରେ ବୁଡିଯାଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.