ରାୟଗଡା କୁସୁକୁ ଗାଁ ପୋଖରୀରେ ବୁଡି ୨ ନାବାଳକ ମୃତ

Published By : Prameya-News7 Bureau | October 26, 2018 IST

ରାୟଗଡା ୨୬/୧୦ : ରାୟଗଡ଼। ବ୍ଲକ ବାଇସିଂ ପଂଚାୟତ ତଥା ଶେଷଖାଲ ଥାନା ଅନ୍ତର୍ଗତ କୁସୁକୁ ଗ୍ରାମରେ ଘଟିଛି ଅଘଟଣ । ପୋଖରୀରେ ବୁଡି ୨ ଜଣ ବାଳକଙ୍କ ମୃତ୍ୟୁ ହୋଇଛି । ମୃତ ନାବାଳକମାନେ ହେଲେ ପଂଚୁ ନିମାକା(୧୧ ) ଓ ନିବେନୁ ନିମାକା(୧୦)। ସେମାନଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ସୂଚନାଯୋଗ୍ୟ ଯେ,୪ ଜଣ ବାଳକ ଖେଳି ଖେଳି ଗାଁ ପୋଖରୀକୁ ଯାଇଥିଲେ । ସେଠାରେ ଗାଧୋଇବାକୁ ପୋଖରୀ ତଳକୁ ଓହ୍ଲାଇଥିଲେ । ପୋଖରୀକୁ ଓହ୍ଲାଇ ଗାଧୋଇବା ବେଳେ ପାଣିର ଗଭୀରତା ଜାଣିନପାରି ଭିତରକୁ ପଶିଯାଇଥିଲେ । ଫଳରେ ପ୍ରାୟ ୬ ଫୁଟ ପାଣି ରହିଥିବା ପୋଖରୀରେ ବୁଡି ସେମାନଙ୍କ ମୃତ୍ୟୁ ଘଟିଥିଲା। ଏଭଳିକି ପାଣି ଅଧିକ ଥିବାରୁ ମୃତ ଦେହ ଉଦ୍ଧାର କରିବାରେ ମଧ୍ୟ ବିଳମ୍ବ ହୋଇଥିଲା । ଏହି ଘଟଣା ସମଗ୍ର ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଖବରପାଇ ପଂଚାୟତ ନିର୍ବ।ହୀ ଅଧିକାରୀ ପହଂଚି ମୃତ ୨ ନାବାଳକଙ୍କ ପରିବାରକୁ ୨ ହଜାର ଟଙ୍କା ଲେଖାଏଁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ପ୍ରଦାନ କରିଛନ୍ତି । ତେବେ ଏ ନେଇ ପୁଲିସ ନିକଟରେ କୌଣସି ସୂଚନା ନାହିଁ। ଗଣମାଧ୍ୟମ ପୁଲିସକୁ ସୂଚନା ଦେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.