ମାନବିକତା ବନାମ ମେଡାଲ, ସମ୍ମାନକୁ ସମାନ ଭାଗ କଲେ ଦୁଇ ପ୍ରତିଦ୍ୱନ୍ଦ୍ୱୀ

Published By : Prameya-News7 Bureau | August 05, 2021 IST

ଟୋକିଓ, ୦୫/୦୮ :  ମାନବିକତା ବନାମ ମେଡାଲ । ବନ୍ଧୁତ୍ୱର ବିଜୟ । ସମ୍ମାନକୁ ସମାନ ସମାନ କରି ଭାଗ କଲେ ଦୁଇ ପ୍ରତିଦ୍ୱନ୍ଦ୍ୱୀ । ପ୍ରତିଯୋଗିତାର ଖେଳରେ ଦେଲେ ନୂଆ ବାର୍ତ୍ତା । ଲେଖିଲେ ନୂଆ ଇତିହାସ ।  

ଟୋକିଓ ଅଲିମ୍ପିକ୍ସରେ ଦେଖିବାକୁ ମିଳିଛି ଏକ ହୃଦୟସ୍ପର୍ଶୀ ଦୃଶ୍ୟ । ଏଟାରେ ପୁରୁଷ ଉଚ୍ଚ ଡିଆଁ ବା ହାଇଜମ୍ପ ପ୍ରତିଯୋଗିତାରେ ଦୁଇ ଖେଳାଳି ପରସ୍ପର ମଧ୍ୟରେ ସ୍ୱର୍ଣ୍ଣ ପଦକ ବାଣ୍ଟିଛନ୍ତି । ଏହି ସବୟରେ ଉଭୟ ଖେଳାଳି ଭାବୁକ ହୋଇ ପରସ୍ପରକୁ ଆଲିଙ୍ଗନ ମଧ୍ୟ କରିଛନ୍ତି ।ଘଟଣାଟି ଅଲିମ୍ପିକ୍ସର ସବୁଠାରୁ ସ୍ମରଣୀୟ ସ୍ମୃତି ହୋଇ ରହିବ ।

ସୂଚନାନୁସାରେ, କତାରର ମୁତାଜ ବରଶିମ୍ ଓ ଇଟାଲିର ଗିଆନମାର୍କୋ ପରସ୍ପର ମଧ୍ୟରେ ପଦକ ବାଣ୍ଟିଛନ୍ତି । ହାଇଜମ୍ପର ଫାଇନାଲରେ ଉଭୟ ସମାନ ସ୍କୋର କରିଥିଲେ । ଏହି କ୍ଷେତ୍ରରେ ସେମାନଙ୍କୁ ଜମ୍ପ ଅଫ୍ ପ୍ରସ୍ତାବ ଦିଆଯାଇଥିଲା । ୩୦ ବର୍ଷୀୟ ବରଶିମ୍ ଓ ୨୯ ବର୍ଷୀୟ ଗିଆନମାର୍କୋ ୨.୩୭ ମିଟର ଜମ୍ପ୍ ସହ ପ୍ରତିଯୋଗୀତା ଶେଷ କରିଥିଲେ । ତେବେ ୨.୩୯ ମିଟର ଜମ୍ପରେ ଉଭୟ ୩-୩ ଥର ବିଫଳ ହୋଇଥିଲେ । ଏହାପରେ ରେଫରୀ ସେମାନଙ୍କୁ ଜମ୍ପ୍ ଅଫ୍ ବିଷୟରେ କହିଥିଲେ ଏବଂ ଏଥିରେ ଯିଏ ବିଜୟୀ ହେବ ସେ ସ୍ୱର୍ଣ୍ଣ ପଦକ ପାଇବ ବୋଲି କହିଥିଲେ ।

ଏହାପରେ କତାରର ବରଶିମ୍ ରେଫରିଙ୍କୁ କଣ ଦୁଇଟି ସ୍ୱର୍ଣ୍ଣ ପାଇହେବ କି ବୋଲି ପଚାରିଥିଲେ । ଏଥିରେ ରେଫରୀ ହଁ କହିଥିଲେ । ଫଳରେ ସ୍ୱର୍ଣ୍ଣ ପଦକ ଉଭୟଙ୍କ ମଧ୍ୟରେ ବଣ୍ଟାଯାଇଥିଲା । ବରଶିମ୍ କହିଛନ୍ତି ଯେ, ଟାମ୍ବରୀ ମୋର ଜଣେ ଶ୍ରେଷ୍ଠ ବନ୍ଧୁ । କେବଳ ଖେଳ ଟ୍ରାକରେ ନୁହେଁ, ବାହାରେ ମଧ୍ୟ । ଆମେ ସାଙ୍ଗ ହୋଇ କାମ କରୁ । ଏବେ ଆମ ସ୍ୱପ୍ନ ପୂରଣ କରିବୁ । ଆମେ ପରସ୍ପରକୁ ଚାହିଁ ପ୍ରତିଯୋଗିତାର ଆଉ ଆବଶ୍ୟକତା ନଥିବା ବୁଝିଗଲୁ । ଏହା କ୍ରୀଡାବିତଙ୍କ ଆତ୍ମବଳ । ଆମେ ଏହି ବାର୍ତ୍ତା ଏଠାରେ ଦେଉଛୁ । ଏପରି ଉଭୟ ମାନବିକତାର ଉଦାହରଣ ମଧ୍ୟ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.