ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ପୂର୍ବ ଶତ୍ରୁତାରୁ ଗାଡ଼ି ଚଢ଼ାଇ ଦୁଇ ଜଣଙ୍କୁ ହତ୍ୟା, ଘଟଣା ସ୍ଥଳରୁ ଦୁର୍ବୃତ୍ତ ଫେରାର

7/07/2022 at 8:31 PM

ଆଠଗଡ଼, ୦୭/୦୭: ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଉପର ଛକରେ ଦୁଇ ଜଣଙ୍କୁ ହତ୍ୟା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଡ଼ି ଚଢାଇ ଏହି ଦୁଇ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକମାନେ ହେଲେ ଭିରୁଡ଼ା ଗଡପଡା ହରିଜନ ସାହିର ଶରତ ଦେହୁରୀ ଏବଂ ଲକ୍ଷ୍ମଣ ଦେହୁରୀ । ଆକ୍ରୋଶମୂଳକ ଭାବେ ଗାଡ଼ି ଚଢାଇ ଘଟଣା ସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ତିଗିରିଆ ପୋଲିସ୍ ଏବଂ ଆଠଗଡ଼ ଏସଡିପିଓ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି ।

ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଚଳିତବର୍ଷ ହୋଲି ଦିନ ଅର୍ଥାତ୍ ୧୯/୦୩/୨୦୨୨ ଦିନ ପୁରୁଣା କଟକ ସମ୍ବଲପୁର ରାସ୍ତା ପଶ୍ଚିମଶ୍ୱର୍ ମନ୍ଦିର ନିକଟରେ ଥିବା ସମ୍ପର୍କ ହୋଟେଲରେ ମୃତକ ମାନେ ଝଗଡ଼ା ସହିତ ହୋଟେଲର ଆସବା ପତ୍ର ଭଙ୍ଗାରୁଜା କରିଥିଲେ । ଯାହାକୁ ନେଇ ତିଗିରିଆ ପୋଲିସ୍ ପକ୍ଷରୁ ତିନି ଜଣଙ୍କୁ ଗିରଫ ମଧ୍ୟ କରିଥିଲା। ପରେ ଏହାର ଆପୋଷ ସମାଧାନ କରିବା ସହିତ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦିଆଯାଇଥିଲା । କିନ୍ତୁ ଏହି ଘାଟଣାକୁ କେନ୍ଦ୍ର କରି ଦୃଘଟଣା ଘଟାଇ ଫେରାର ହୋଯାଇଛନ୍ତି ଦୁର୍ବୃତ୍ତ।

ସୂଚନାରୁ ପ୍ରକାଶ ଯେ ଭାପୁର ଅଞ୍ଚଳରୁ ନିଜର କାମ ସାରି ଘରକୁ ଫେରୁଥିବା ସମୟରେ କିଛି ଲୋକ ସେମାନଙ୍କୁ ଅଟକାଇ ଝଗଡ଼ା ଆରମ୍ଭ କରିଥିଲେ ଓ ପରେ ସେମାନଙ୍କୁ ଏକ ଟ୍ରକ ଚଢାଇ ହାତ୍ୟା କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ଘଟଣା ସ୍ଥଳରେ ପୋଲିସ ତଦନ୍ତ କରିବା ସହିତ ଦୁର୍ବୃତ୍ତଙ୍କୁ ଖୋଜିବା ଆରମ୍ଭ କରିଛି।

   Related Posts