ଗଛରେ ଫାଶି ଲଗାଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

Published By : Prameya-News7 Bureau | April 01, 2022 IST

ମୁନିଗୁଡା ୦୧।୦୪: ଶାଢି ଲଗାଇ ଦୁଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା। ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ବୋରିଙ୍ଗପଦର ଗାଁ ନିକଟ ଜଙ୍ଗଲର ଏକ ମହୁଲ ଗଛରେ ବେକରେ ଶାଢି ଲଗାଇ ଦୁଇ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଛନ୍ତି । ମୃତକ ଯୁବକ ଜଣକ ବୋରିଙ୍ଗପଦର ଗାଁର ବେଡା ମାଝୀ ଓ ଯୁବତୀ ଜଣକ ଉମ୍ବେର ଗାଁର ବାଇଡି ଗୌଡ ।

ଯୁବକ ଜଣକ ୩ ବର୍ଷ ତଳେ ଜଣେ ଯୁବତୀଙ୍କୁ ବିବାହ କରିଥିବା ସତ୍ବେ ମୃତ ଯୁବତୀଙ୍କ ସହ ତାଙ୍କ ପ୍ରେମ ସଂପର୍କ ଚାଲିଥିଲା। ତେବେ ଶୁକ୍ରବାର ଉଭୟ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ଜଣା ପଡିନାହିଁ। ଗାଁର କିଛି ଲୋକ ମହୁଲ ଗୋଟାଇବାକୁ ଯାଇଥିବା ବେଳେ ଗଛରେ ଦୁଇ ମୃତଦେହକୁ ଦେଖି ପୋଲିସକୁ ଖବର ଦେଇଥିଲେ। ତାହା ମାଓ ଅଞ୍ଚଳ ହୋଇଥିବାରୁ ପୋଲିସ ବହୁ ସତର୍କତାର ସହ ଗାଁରେ ପହଞ୍ଚି ୨ ମୃତଦେହକୁ ନିଜ କବଜାକୁ ନେଇ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.