ବଜ୍ରାଘାତରେ ୨ ମୃତ, ୩ ଗରୁତର ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର

Published By : Prameya-News7 Bureau | August 16, 2023 IST

ଚାନ୍ଦବାଲି: ଚାନ୍ଦବାଲି ବ୍ଲକରେ ଉତୁକୁଡ଼ା, ମୈସୁଧା ଓ ଖେରଙ୍ଗ ପଞ୍ଚାୟତରେ ବଜ୍ରାଘାତରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା  ବେଳେ ୩ ଜଣ ଗରୁତର ଅବସ୍ଥାରେ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତର ହୋଇଛନ୍ତି । ଉତୁକୁଡ଼ା ପଞ୍ଚାୟତର ସିଙ୍ଗିଟି ଗାଁକୁ ମୟୂରଭଞ୍ଜ ଜିଲ୍ଲାରୁ କୃଷିକାର୍ଯ୍ୟ ପାଇଁ ଆସିଥିବା ମାଆ ଓ ଝିଅଙ୍କ ମଧ୍ୟରୁ ବଜ୍ରାଘାତରେ ମାଆ ଯମୁନା ସିଂଙ୍କର ମୃତ୍ୟୁ ହୋଇଥିବା ବେଳେ ଝିଅ ସୀମା ଗୁରୁତର ହୋଇଛନ୍ତି।

ସେହିପରି ଖେରଙ୍ଗ ପଞ୍ଚାୟତରେ ପ୍ରଫୁଲ ମାଝୀଙ୍କ ପୁଅ ପ୍ରତାପ ମାଝୀ ମଧ୍ୟ ବଜ୍ରାଘାତରେ ମୃତ୍ୟୁ ହୋଇଛି। ମୈସୁଧା ପଞ୍ଚାୟତ ଫାର୍ସିବନ୍ଦ ଗାଁରେ ଧନେଶ୍ଵର ବାରିକ ଓ ସୁମନ୍ତ ସାହୁ ମଧ୍ୟ ବଜ୍ରାଘାତରେ ଗରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭଦ୍ରକକୁ ସ୍ଥାନାନ୍ତର ହୋଇଛନ୍ତି।

wp:heading {"level":4}

Also read- ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା, ବଜ୍ରପାତରେ ଚାଲିଗଲା ନାବାଳିକା ସହ ୪ ଜୀବନ

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.