ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ପୁଟିନ୍‌ଙ୍କ ଆଦେଶ ପରେ ସେନାରେ ୨ ଲକ୍ଷ ଲୋକ ସାମିଲ୍, ୟୁକ୍ରେନକୁ ନେଇ କ’ଣ ରହିଛି ରୁଷର ପ୍ଲାନ

4/10/2022 at 8:02 PM

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଜାରି ରୁଷର ଆକ୍ରମଣ ସମୟରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଗତ ଦିନରେ ସୈନିକ ସଂଖ୍ୟା ବୃଦ୍ଧି କରିବାକୁ ଘୋଷଣା କରିଥିଲେ। ଘୋଷଣା ଅନୁଯାୟୀ, ୩ ଲକ୍ଷ ରିଜର୍ଭ ଫୋର୍ସ ଅର୍ଥାତ ପ୍ରଶିକ୍ଷଣ ପ୍ରାପ୍ତ ନାଗରିକଙ୍କୁ ସେନାରେ ଭର୍ତ୍ତି କରାଯିବ। ପୁଟିନ୍‌ଙ୍କ ଆଦେଶ ପରେ ଦୁଇ ସପ୍ତାହ ଭିତରେ ଦୁଇ ଲକ୍ଷ ସେନା ଭର୍ତ୍ତି ହୋଇ ସାରିଲେଣି। ରୁଷ ପ୍ରତିରକ୍ଷା ମନ୍ତ୍ରୀ ସେରଗେଇ ଶୋଇଗୁ ଏହାର ସୂଚନା ଦେଇଛନ୍ତି। ୟୁକ୍ରେନ ପକ୍ଷରୁ ଲଗାତାର ଆକ୍ରମଣ ପରେ ବିଗତ ଦିନରେ ରୁଷ ସେନାକୁ ପଛଘୁଞ୍ଚା ଦେବାକୁ ପଡିଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଟିନ ସେନାରେ ସୈନିକ ଭର୍ତ୍ତି କରିବାକୁ ଆଦେଶ ଦେଇଥିଲେ।

ପୁଟିନ୍‌ଙ୍କ ପକ୍ଷରୁ ଜାରି ଆନୁଷ୍ଠାନିକ ଆଦେଶରେ ରିଜର୍ଭ ସୈନିକଙ୍କ ସଂଖ୍ୟା ସ୍ପଷ୍ଟ କରାଇନଥିଲା। ନୂତନ ନିଯୁକ୍ତ ସୈନିକଙ୍କ ସଂଖ୍ୟା ଅଧିକ କିମ୍ବା କମ ହୋଇପାରେ। ସେନା ତରଫରୁ ସେହି ଲୋକଙ୍କୁ ବି ନିଯୁକ୍ତି ପତ୍ର ଦିଆଯାଉଛି ଯେଉଁମାନେ କେବେ ବି କୌଣସି ଟ୍ରେନିଂ ନେଇ ନାହାନ୍ତି। ପୁଟିନ୍ ସରକାରଙ୍କ ଏହି ନିଷ୍ପତ୍ତିରେ ସେଠାକାର ଲୋକଙ୍କ ମଧ୍ୟରେ ଭୟର ମାହୋଲ ଖେଳି ଯାଇଛି। ଲୋକେ ସେନାରେ ଯୋଗ ଦେବା ନେଇ ତୀବ୍ର ବିରୋଧ କରୁଛନ୍ତି। ବିଗତ ଦିନରେ ମଧ୍ୟ ଖବର ପ୍ରକାଶ ପାଇଥିଲା ଯେ, ବହୁ ସଂଖ୍ୟାରେ ଋଷ ଲୋକ ଦେଶ ଛାଡି ପଳାୟନ କରୁଛନ୍ତି। କାରଣ ସେମାନେ ସେନାରେ ଏହି ପରି ଜବରଦସ୍ତି ସେନାରେ ଭର୍ତ୍ତି ହେବାକୁ ଚାହାନ୍ତି ନାହିଁ। ଏମିତିରେ ପ୍ରଶ୍ନ ଉଠୁଛି ଯେ, ୟୁକ୍ରେନ ଯୁଦ୍ଧକୁ ନେଇ ଭ୍ଲାଦିମିର ପୁଟିନଙ୍କ କଣ ଯୋଜନା ରହିଛି।

ସୂଚନାଯୋଗ୍ୟ, ଶୁକ୍ରବାର ୟୁକ୍ରେନର ଚାରୋଟି ଅଞ୍ଚଳରେ ରୁଷ ବିଲୟ ନେଇ ଜନମତ ସଂଗ୍ରହ କରିଥିଲା। କ୍ରେମଲିନରେ ଏ ସମ୍ବନ୍ଧରେ ଆଇନ ବି ପାରିତ୍ ହୋଇ ସାରିଛି। ୟୁକ୍ରେନର ପୂର୍ବ ଅଞ୍ଚଳରେ ରୁଷ କବଜାର ପୂରା ପ୍ରସ୍ତୁତି କରି ନେଇଛି। ଏହା ବ୍ୟତୀତ ପୁଟିନ୍‌ଙ୍କ ପକ୍ଷରୁ ଆମେରିକା ସମେତ ନାଟୋ ଦେଶକୁ ଧମକ ଦିଆଯାଉଛି ଯେ, ଯୁଦ୍ଧରେ ହସ୍ତକ୍ଷେପ କଲେ ପରିଣାମ ଭୋଗିବ।

   Related Posts