ବ୍ୟାଙ୍କରୁ ଟଙ୍କା ଉଠାଇ ବାଇକ୍ ଡିକିରେ ରଖି ପାର୍କିଂ କରିଥିଲେ ବ୍ୟବସାୟୀ, ୨ ଲକ୍ଷ ଲୁଟି ନେଲେ ଦୁର୍ବୃତ୍ତ
16/05/2022 at 7:58 PM

ଫୁଲବାଣୀ: ବାଇକ ଡିକି ଭାଙ୍ଗି ଆଖି ପିଛୁଳାକେ ୨ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଫୁଲବାଣୀ ତୁମୁଡିବନ୍ଧ ଅଞ୍ଚଳରେ। ସୋମବାର ତୁମୁଡିବନ୍ଧ ବ୍ଲକର ପୂର୍ଣ୍ଣଚନ୍ଦ୍ର ସାହୁ ନାମକ ଜଣେ ବ୍ୟବସାୟୀ ଷ୍ଟେଟବ୍ୟାଙ୍କରୁ ଦୁଇଲକ୍ଷ ଟଙ୍କା ଉଠାଇଥିଲେ। ଟଙ୍କାକୁ ନିଜ ବାଇକ ଡିକିରେ ରଖି ବଜାରର ବାଇକ ପାର୍କିଂ କରି କୌଣସି କାମରେ ଅନ୍ୟ ଏକ ଦୋକାନକୁ ଯାଇଥିଲେ। ଏହି ସମୟରେ ଦୁବୁର୍ତ୍ତମାନେ ପିଛା କରି ଆସି ବାଇକ ଡିକିଭାଙ୍ଗି ୨ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣା ପଡିଛି।
ଏନେଇ ବ୍ୟବସାୟୀ ପୂର୍ଣ୍ଣଚନ୍ଦ୍ର ସାହୁ ତୁମୁଡିବନ୍ଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏତଲା ପାଇବାପରେ ଥାନା ଅଧିକାରି ଜୟନ୍ତ ସେଠୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ହେଲେ ଏପର୍ଯ୍ୟନ୍ତ ଲୁଟେରାମାନଙ୍କ ପତ୍ତା ମିଳିନିପାରି ନାହିଁ।