ପରୀକ୍ଷାମୂଳକ ଭାବେ ସମ୍ବଲପୁରରୁ ବିଶାଖାପାଟଣା ଗଲା ୨ କିଲୋମିଟର ଲମ୍ବାର ମାଲବାହୀ ଟ୍ରେନ୍

Published By : Prameya-News7 Bureau | February 28, 2019 IST

ସମ୍ବଲପୁର ୨୮|୨ (ନୀଳାଚଳ ମହାପାତ୍ର) : ସମ୍ବଲପୁରରୁ ବିଶାଖାପାଟଣା ଗଲା ୨ କିଲୋମିଟର ଲମ୍ବାର ମାଲବାହୀ ଟ୍ରେନ୍ । ୩ଟି ରେଳ, ୪ଟି ଇଞ୍ଜିନ୍‌, ଗୋଟିଏ  ଗାର୍ଡ ବଗିକୁ ମିଶାଇ ଏହି ଲମ୍ବା ମାଲବାହୀ ଗାଡ଼ିଟି ଗୋଡଭଗାରୁ ଟିଟିଲାଗଡ ଦେଇ ବିଶାଖାପାଟଣା ପର୍ଯ୍ୟନ୍ତ ଯାଇଛି । ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା ଏହି ଯୋଜନା ସଫଳ ହେଲେ, ଏହାକୁ ଯାତ୍ରୀବାହୀ ରେଳରେ ମଧ୍ୟ ବ୍ୟବହାର କରାଯାଇପାରିବ । ଫଳରେ କମ୍‌ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଅଧିକ କାମ କରାଯାଇପାରିବ ବୋଲି ରେଲୱେ କର୍ତ୍ତୃପକ୍ଷ କହିଛନ୍ତି ।

{"id":89469}

୨ କିଲୋମିଟର ଲମ୍ବାର ମାଲବାହୀ ଟ୍ରେନ । ସମ୍ବଲପୁର ଗୋଡ଼ଭଗା ଷ୍ଟେସନରୁ ବିଶାଖାପାଟଣା ଗଲା ଟ୍ରେନ । ସବୁଠାରୁ ଲମ୍ବା ଏହି ମାଲଗାଡିରେ, ତିନୋଟି ଟ୍ରେନର ମୋଟ ୧୪୭ଟି ୱାଗନକୁ ,୪ଟି ଇଞ୍ଜିନ୍‌ ସହ ଯୋଡା ଯାଇଥିଲା। ଯୋଡା ଯାଇଥିବା ତିନୋଟି ରେଳରୁ ପ୍ରଥମ ମାଲଗାଡିର ୪୫ଟି ଖାଲି ୱାଗନ୍‌ ରହିଥିବା ବେଳେ, ଦ୍ବିତୀୟ ଓ ତୃତୀୟ ମାଲଗାଡିର ଭର୍ତ୍ତି ହୋଇଥିବା ୫୨ଟି ଲେଖାଏଁ କଣ୍ଟେନର୍‌ ରହିଛି । ଏତେବଡ ଲମ୍ବା ମାଲଗାଡିକୁ ରେଳପଥରେ ପଠାଇବା ସହ, ତାର ଗତିବିଧି ଉପରେ ତୀକ୍ଷଣ ନଜର ରଖିଥିଲେ ୪୦ଜଣ ସ୍ବତନ୍ତ୍ର କର୍ମଚାରୀ ।

{"id":89470}

ଏଭଳି ଲମ୍ବା ମାଲଗାଡି ଚଳାଇଲେ ରେଳବାଇକୁ ପ୍ରଚୁର ଲାଭ ହେବ ।   କମ୍‌ ସମୟରେ ଅଧିକ ମାଲ୍‌ ପରିବହନ ହୋଇପାରିବ। କମ୍‌ ସଂଖ୍ୟକ କର୍ମଚାରୀଙ୍କୁ ନେଇ ରେଳବିଭାଗ, ତାର ଗ୍ରାହକମାନଙ୍କୁ ଉତ୍ତମ ସୁବିଧା ପ୍ରଦାନ କରିପାରିବ। ବାରମ୍ବାର ସିଗ୍‌ନାଲ୍  ଅଦଳବଦଳ ହେବାର ନାହିଁ, ଦୁର୍ଘଟଣାର ଆଶଙ୍କାକୁ ବି ଏଡ଼ାଇ ଦିଆଯାଇପାରିବ ।  ଏଭଳି ବ୍ୟବସ୍ଥାକୁ, ଯାତ୍ରୀ ପରିବହନରେ ମଧ୍ୟ  କାର୍ଯ୍ୟକାରୀ କରାଯିବ। ରଥଯାତ୍ରା, କୁମ୍ଭମେଳା ଭଳି ବଡ ଆୟୋଜନ ସମୟରେ ଏଭଳି ଲମ୍ବା ରେଳ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଡିଆର୍‌ଏମ୍‌ । ଲମ୍ବା ମାଲଗାଡ଼ିକୁ ପରୀକ୍ଷାମୂଳକ ଭାବେ ଚଳାଇବାରେ ପୂର୍ବତଟ ରେଳବାଇ ଦେଶରେ ପ୍ରଥମ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.