କେନ୍ଦୁଝର ୫/୬: କେନ୍ଦୁଝର NH-49 ପୁତୁଲୁପାଣି ଛକରେ ଭୟଙ୍କର ସିରିଜ ଦୁର୍ଘଟଣା । ୨ଟି ଟ୍ରକ ସହ ୨ଟି କାର ଓ ୩ଟି ବାଇକ ଧକ୍କା ହୋଇଛି । ଦୁର୍ଘଟଣାରେ ୨ଜଣଙ୍କର ଜୀବନ ଯାଇଥିବାବେଳେ ଜଣେ ଗୁରୁତର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ମୃତକ ୨ ଜଣ ସ୍ଥାନୀୟ ଅଞ୍ଚଳର । ସେମାନେ କୌଣସି କାମରେ କେନ୍ଦୁଝର ଆସୁଥିବାବେଳେ ଦୁର୍ଘଟଣା ଘଟିଛି । ପୋଲିସ ମୃତଦେହ ଜବତ କରି ତଦନ୍ତ କରୁଛି ।
କେନ୍ଦୁଝରର ଲାଇଫ ଲାଇନ କୁହାଯାଉଥିବା NH-49 ଏବେ ଡେଥ ଜୋନ୍ ପାଲଟିଯାଇଛି । ଅନେକ ସମୟରେ ଏଠାରେ ଦୁର୍ଘଟଣା ଘଟି ଅନେକଙ୍କ ଜୀବନ ଯାଉଛି । ଏହି ଅଞ୍ଚଳରେ ଖଣି ଥିବାରୁ ପ୍ରତିଦିନ ଶହ ଶହ ଟ୍ରକ ଯାତାୟତ କରୁଛି । ବେଆଇନ ଭାବରେ ରାସ୍ତାକୁ ଅବରୋଧ କରି ପାର୍କିଂ ମଧ୍ୟ କରୁଛନ୍ତି । ତେଣୁ ବାରମ୍ବାର ଦୁର୍ଘଟଣା ସହ ଜୀବନ ହାନି ହେଉଥିବା ଅଭିଯୋଗ ହୋଇଛି ।