ଟିଏମ୍‌ସି ବୁଥ୍ ଅଧ୍ୟକ୍ଷଙ୍କ ଘରେ ଭୟଙ୍କର ବିସ୍ଫୋରଣ: ୨ ମୃତ, ଦୁଇ ଆହତ

Published By : Prameya-News7 Bureau | December 03, 2022 IST

କୋଲକାତା: ତୃଣମୂଳ କଂଗ୍ରେସ ବୁଥ ଅଧ୍ୟକ୍ଷ ରାଜକୁମାର ମନ୍ନାଙ୍କ ଘରେ ବୋମା ବିସ୍ଫୋରଣ। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ପଶ୍ଚିମବଙ୍ଗ ଭୂପତିନଗରର ପୁର୍ବ ମେଦିନିପୁର ଜିଲ୍ଲାରେ ଏହି ବିସ୍ଫୋରଣ ହୋଇଥିବା ଅଭିଯୋଗ ହୋଇଛି।
ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ମାଟି ଘରର  ଟାଇଲ ଚାଡ଼ ଉଡ଼ିଯିବା ସହିତ କାନ୍ଥ ଭାଙ୍ଗିପଡ଼ିଥିଲା। ଘଟଣାରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପରିଚୟ ମିଳିପାରି ନଥବା ବେଲେ ତେବେ ସମସ୍ତେ ଟିଏମ୍‌ସି କର୍ମୀ ବୋଲି କୁହାଯାଉଛି।

ତେବେ ବିସ୍ଫୋରଣ କାହିଁକି ହେଲା କିଏ କଲା ସେ ନେଇ କୌଣସି କାରଣ ଜଣାପଡି ନାହିଁ। ତେବେ ଘରେ ଗଚ୍ଛିତ ଥିବା ଅଧାତିଆରି ବୋମା ବିସ୍ଫୋରଣ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି।  ତେବେ ଘଟଣାରେ ଟିଏମ୍‌ସିକୁ ଦାୟୀ କରିଛି ବିଜେପି। ବିଜେପି ସଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଦିଲ୍ଲୀପ ଘୋଷ କହିଛନ୍ତି ଯେ ଯେତେବେଳେ ବି ବିସ୍ଫୋରଣ ହେଉଛି ଆମେ ଦେଖୁଛୁ ଯେ ଟିଏମ୍‌ସି ନେତା ସଂସ୍ଳିଷ୍ଟ ରହୁଛନ୍ତି। କ୍ଷମତାରେ ରହିବା ପାଇଁ ସବୁ ଅପରାଧିମାନେ ଟିଏମ୍‌ସିକୁ ତାଙ୍କ ସ୍ଥାନ ବନାଇ ସାରିଲେଣି ବୋଲି ଦିଲ୍ଲୀପ ଘୋଷ କହିଛନ୍ତି।

ତେଣୁ ଏହା ଆଶ୍ଚର୍ଯ୍ୟ କର କଥା କିଛି ନୁହେଁ। ଅନ୍ୟପଟେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଟିଏମ୍‌ସି ଭୟ ସୃଷ୍ଟି କରିବାକୁ ଚେଷ୍ଟା କରୁଛି ବୋଲି ବିଜେପି ରାଜ୍ୟ ଅଧ୍ୟକ୍ଷ ସୁକାନ୍ତ ମଜମୁଦାର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.