ପାଣି ଉଠାଇବା ବେଳେ ଦେବୀ ନଦୀରେ ଭାସିଗଲେ ୨ କାଉଡ଼ିଆ

Published By : Prameya-News7 Bureau | July 16, 2023 IST

ଜଗତସିଂହପୁର: ଜଗତସିଂହପୁର-ଦେବୀ ନଦୀ ଆଳି ପିଙ୍ଗଳ କେତକେଶ୍ଵର ଘାଟରେ ଅଘଟଣ । ପାଣି ଉଠାଉ ଥିବା ବେଳେ ଭାସିଗଲେ ୨ କାଉଡ଼ିଆ । ଜଣେ ଉଧାର  ହୋଇଥିବା ବେଳେ ଆଉ ଜଣେ ୧୪ ବର୍ଷର କାଉଡ଼ିଆ  ନିଖୋଜ ଅଛନ୍ତି।  ନିଖୋଜ କାଉଡ଼ିଆ ତିର୍ତ୍ତୋଲ ବିଦ୍ୟାଧର ପୁର ଅଞ୍ଚଳର ଭୋଳା ପ୍ରଧାନ । ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ଦ୍ଵାରା ଉଦ୍ଧାରକାର୍ଯ୍ୟ ଜାରି ରହିଛି।

wp:heading {"level":4}

ଅଧିକ ପଢନ୍ତୁ- ଫସିଗଲେ ୫୦ରୁ ଅଧିକ କାଉଡିଆ, ଜଳ ଭାର ଉଠାଇବା ବେଳେ ହଠାତ୍ ମାଡି ଆସିଲା ପାଣି

/wp:heading

ସୂଚନାଯୋଗ୍ୟ, ଆସନ୍ତାକାଲି ହେଉଛି ଶ୍ରାବଣ ମାସର ଦ୍ଵିତୀୟ ସୋମବାର। ରାଜ୍ୟର ବିଭିନ୍ନ ନଦୀ ଘାଟରେ ପାଣି ଉଠାଇବା ପାଇଁ କାଉଡ଼ିଆଙ୍କ ଭିଡ଼ ଜମିଛି। ଭକ୍ତିର ସହ ପାଣି ଉଠାଇ ବିଭିନ୍ନ ଶୈବ ପୀଠରେ ଭୋଳାନାଥଙ୍କ ଜଳାଭିଷେକ କରୁଛନ୍ତି। ତେବେ ଅନେକ ସମୟରେ କାଉଡ଼ିଆମାନେ ଦୁର୍ଘଟଣାର ଶିକାର ହେଉଥିବା ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.