୨ JCB ଅପରେଟରଙ୍କ ଉଦ୍ଧାର ହୋଇପାରୁନି
12/06/2018 at 4:49 AM

ଜୟପୁର ରାଣୀଗଡ ଗୁମ୍ଫା ପଥର କ୍ବାରୀରେ ଚାପି ହୋଇ ରହିଥିବା ୨ JCB ଅପରେଟରଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଠାବ ହୋଇଥିଲେ ମଧ୍ୟ ଏଯାଏ ଉଦ୍ଧାର ହୋଇପାରୁନି । ମୃତଦେହଟି ଘନଶ୍ୟାମ ଗୁରୁଙ୍କର ହୋଇଥିବା ଜଣାପଡିଛି । ତେବେ ମୃତଦେହ ଠାବ ହେବାର ୩ ଦିନ ବିତିଯାଇଥିଲେ ମଧ୍ୟ ଉଦ୍ଧାର କରିବାକୁ ସଫଳ ହୋଇନାହାନ୍ତି ଉଦ୍ଧାରକାରୀ ଦଳ । ଗତ ରବିବାର JCBର କ୍ୟାବିନରେ ଡ୍ରାଇଭର ଘନ ଶ୍ୟାମଙ୍କ ମୃତ ଦେହ ଠାବ କରାଯାଇଥିଲା । ହେଲେ JCBଟି ମାଟି ତଳେ ପୋତି ହୋଇ ରହିବା ବେଳେ JCB ଉପରେ ବଡ ବଡ ପଥର ପଡି ରହିଛି । ତେଣୁ JCBକୁ ମାଟି ଭିତରୁ ବାହାର କରାଯାଇ ପାରୁନଥିବାରୁ ଘନଶ୍ୟାମଙ୍କ ମୃତ ଦେହ ବାହାର କରାଯାଇ ପାରୁନି । କଣ୍ଟ୍ରୋଲ ବ୍ଲାଷ୍ଟି କଲେ ଶବ ନଷ୍ଟ ହେବାର ସମ୍ଭାବନା ରହିଥିବାରୁ କଣ୍ଟ୍ରୋଲ ବ୍ଲାଷ୍ଟଂ କରାଯାଇନି ।
Related Posts
ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ, ଘୋଷଣା କଲେ ରାଜ୍ୟ ସରକାର
1 April 2023