ନବରଙ୍ଗପୁର: ଚାଉଳ ବୋଝେଇ ଟ୍ରକ ଓଲଟି ୨ ଶ୍ରମିକଙ୍କ ମୃତ୍ୟୁ

Published By : Prameya-News7 Bureau | February 21, 2021 IST

ନବରଙ୍ଗପୁର୨୧/୨: ଚାଉଳ ବୋଝେଇ ଟ୍ରକ ଓଲଟି ୨ ଜଣଙ୍କ ମୃତ୍ୟୁ।  ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କୋଡିଙ୍ଗା-ଦୂରାଗାଁ ରାସ୍ତା ଡଙ୍ଗାପଖନା ନିକଟରେ ଏହି ଦୁର୍ଘଟଣା ଘଟିଛି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଏକ ଚାଉଳ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ଥିଲା। ଘଟଣାସ୍ଥଳରେ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନବରଙ୍ଗପୁର ବ୍ଲକ ଟିର୍ଲିଆମ୍ବଗୁଡା ଗ୍ରାମର ନବ ହରିଜନ ଓ ସରାଦୁ ଭତରା। ରବିବାର ନବରଙ୍ଗପୁର ଠାରୁ କୋଷାଗୁମୁଡା ବ୍ଲକକୁ ଓଡି ୧୦ଏମ ୭୧୦୮ ଏକ ଆଇଚର ଟ୍ରକରେ ୧୮୦ ବସ୍ତା ମଧ୍ୟାହ୍ନ ଭୋଜନ ଚାଉଳ ଯାଉଥିଲା

କୋଡିଙ୍ଗା-ଦୂରାଗାଁ ରାସ୍ତା ଡଙ୍ଗାପଖନା ନିକଟରେ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଟ୍ରକରେ ଶ୍ରମିକ ଭାବେ କାମ କରୁଥିବା ନବ ଓ ସରାଦୁ ରାସ୍ତା ତଳକୁ ଖସି ଯାଇଥିବାବେଳେ ଘଟଣାସ୍ଥଳରେ ହିଁ ଦୁଇ ଜଣକଙ୍କର ମୃତ୍ୟୁ ଘଟିଥିଲା । ସୂଚନା ପାଇ କୋଡିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି କୋଷାଗୁମୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣା ସ୍ଥଳରୁ ଟ୍ରକଟିକୁ ଜବତ କରି କୋଡିଙ୍ଗା ଥାନାରେ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.