୨ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା ଘଟଣାରେ ଆଉ ୨ ଜଣ ଗିରଫ

Published By : Prameya-News7 Bureau | February 20, 2020 IST

କଟକ ୨୦।୦୨-   କଟକ ଜିଲ୍ଲା ବାଙ୍କୀ ଡବଲ ମର୍ଡ଼ର ଘଟଣା ପଛରେ ପାରିବାରିକ ଶତୃତା ମୂଳ କାରଣ ବୋଲି କହିଛନ୍ତି କଟକ ଏସପି । ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ୨ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଥିଲା ପୁଲିସ । ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗଲା ଫେବ୍ରୂଆରୀ ୧୫ରେ ବାଙ୍କୀ ବୈଦେଶ୍ବର ଥାନା ଅଂଚଳରେ ସରପଞ୍ଚଙ୍କ ସ୍ବାମୀ ଓ ଜଣେ ସମ୍ବାଦିକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଥିଲେ କିଛି ଦୁର୍ବୃତ୍ତ । ଏହି ଜଘନ୍ୟ ହତ୍ୟାକାଣ୍ଡରେ ୧୦ରୁ ଅଧିକ ଦୁର୍ବୃତ୍ତ ସାମିଲ ଥିବା କୁହାଯାଉଥିବା ବେଳେ ପୋଲିସ କେବଳ ୨ଜଣଙ୍କୁ ଗିରଫ କରି ଚୁପ୍‌ ବସିଛି । …..

{"id":226901,"sizeSlug":"large"}

ରାଜନୈତିକ ଶତ୍ରୁତା ନୁହେଁ ବରଂ ପାରିବାରିକ କନ୍ଦଳ ହିଁ ବାଙ୍କୀ ଡବଲ ମର୍ଡ଼ର ପଛର ମୂଳ କାରଣ । କଟକ ଏସପିଙ୍କ ଏଭଳି ବୟାନ ପରେ ହତ୍ୟାକାଣ୍ଡକୁ ନେଇ ଚାଲିଥିବା ଚର୍ଚ୍ଚାରେ ଆସିଛି ଟ୍ବିଷ୍ଟ୍‌ । ଗଲା ଫେବ୍ରୂଆରୀ ୧୫ରେ ବାଙ୍କୀ ବୈଦେଶ୍ବର ଥାନା ଅଂଚଳରେ ନୂଆଗାଁ ପଞ୍ଚାୟତର ମହିଳା ସରପଞ୍ଚଙ୍କ ସ୍ବାମୀ  ଭଗବାନ ସ୍ବାଇଁ ଏବଂ ଯୁବ ସାମ୍ବାଦିକ ଆଦିତ୍ୟ କୁମାର ରଣସିଂଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଥିଲେ କିଛି ଦୁର୍ବୃତ୍ତ ।

{"id":226902,"sizeSlug":"large"}

ଏହି ଘଟଣାରେ ୧୦ରୁ ଅଧିକ ଦୁର୍ବୃତ୍ତ ସାମିଲ ଥିବା କୁହାଯାଉଥିବା ବେଳେ ସେମାନଙ୍କ ମଧ୍ୟରୁ ପୋଲିସ କେବଳ ବଳଭଦ୍ର ପ୍ରଧାନ ଓରଫ ବଳିଆ ଏବଂ ଜିତେନ୍ଦ୍ର ସ୍ବାଇଁ ଓରଫ୍‌ କାଳିଆକୁ ଗିରଫ କରିଛି । ଆଉ ୨ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ ।

{"id":226904,"sizeSlug":"large"}

ସରପଞ୍ଚଙ୍କ ସ୍ବାମୀ ଭଗବାନ ସ୍ବାଇଁ ତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀରେ ୯ଜଣ ଅଭିଯୁକ୍ତଙ୍କ ନାଁ ନେଇଥିଲେ ମଧ୍ୟ ଘଟଣାର ୫ଦିନ ପରେ ବି ପୋଲିସ ମାତ୍ର ୨ଜଣଙ୍କୁ ଗିରଫ କରି ଚୁପ୍‌ ବସିଛି । ତେବେ ରାଜନୈତିକ ଆକ୍ରୋଶ ଯୋଗୁଁ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକେ କହୁଥିବା ବେଳେ ପୋଲିସ କିନ୍ତୁ ପାରିବାରିକ ଗଣ୍ଡଗୋଳକୁ ଦାୟୀ କରିଛି ।

{"id":226905,"sizeSlug":"large"}

ମୃତ ଭଗବାନ ସ୍ବାଇଁ ସ୍ଥାନୀୟ ଅଂଚଳରେ କଂଗ୍ରେସ ଦଳର ଜଣେ ଟାଣୁଆ କର୍ମୀ ଥିଲେ ।

{"id":226906,"sizeSlug":"large"}

ଏହି ହତ୍ୟାକାଣ୍ଡରେ କିଛି ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବାରୁ ପୋଲିସ ଟାଳଟୁଳ ନୀତି ଅବଲମ୍ବନ କରୁଛି ବୋଲି ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଜୋର୍‌ ଧରିଛି ।

{"id":226906,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.