ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଆତଙ୍କୀ ଆକ୍ରମଣ ଉଦ୍ୟମ ଫେଲ; ରାଜଘାଟରୁ ଦୁଇ ଆତଙ୍କବାଦୀ ଗିରଫ

Published By : Prameya-News7 Bureau | January 25, 2019 IST

ଦିଲ୍ଲୀ ୨୫/୧ : ସାଧାରଣତନ୍ତ୍ର ଦିବସ ଦିନେ ପୂର୍ବରୁ ଦିଲ୍ଲୀରେ ଆତଙ୍କବାଦ ଆକ୍ରମଣ ଉଦ୍ୟମ କରୁଥିବା ଜୈସ-ଏ-ମହମ୍ମଦ ଆତଙ୍କୀ ସଂଗଠନର ଦୁଇଜଣ ଗିରଫ ହୋଇଛନ୍ତି | ଏମାନେ ଗିରଫ ହେବାପରେ ଏକ ବଡ ଆକ୍ରମଣ ଭୟ ଟଳି ଯାଇଛି | ଦିଲ୍ଲୀ ପୋଲିସର  ସ୍ପେଶାଲ ସେଲର ଏକ ଟିମ ଗୁପ୍ତ ସୂଚନା ଆଧାରରେ ଶ୍ରୀନଗରରେ ନିକଟରେ ହୋଇଥିବା ସିଲସିଲେବାର ଗ୍ରେନେଡ଼ ଆକ୍ରମଣର ମାଷ୍ଟରମାଇଂଡ ଅବଦୁଲ ଲତିଫ କୁ ଗିରଫ କରାଯାଇଥିଲା |

ସୂଚନାଯୋଗ୍ୟ ଯେ,  ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ ସଂଗଠନର ସଦସ୍ୟ ଅବଦୁଲ ଲତିଫ ଜାନୁଆରୀ ୨୬, ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀର ଜନଗହଳିପୁର୍ଣ୍ଣ ଅଂଚଳରେ ଆକ୍ରମଣ ଯୋଜନା କରୁଥିଲା | ମଙ୍ଗଳବାର ଦିନ ସ୍ପେଶାଲ ସେଲର ଏକ ଟିମ ଜାମ୍ମୁ-କାଶ୍ମୀର ଯାଇଥିଲେ ଏବଂ ସେଠାରୁ ଦୁଇଟି ଗ୍ରେନେଡ଼ ଓ କିଛି ଗୋଳାବାରୁଦ ଜବତ କରିଥିଲେ | ଏହାଛଡା ଟିମ ବାନ୍ଦୀପୋରାରୁ ଆଉ ଏକ ଆତଙ୍କବାଦୀ ହିଲାଲକୁ ଗିରଫ କରିଥିଲେ | ହିଲାଲ ଦିଲ୍ଲୀର କେତେକ ସ୍ଥାନରେ ଆକ୍ରମଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା |

{"id":77922}

ବହୁତ ସମୟର ଅପେକ୍ଷା ଏବଂ ପରିଶ୍ରମ ପରେ ପୋଲିସ ଏହି ଆତଙ୍କବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା | ଜାନୁଆରୀ ୨୦ ତାରିଖରେ ପୋଲିସ ଇନ୍ସପେକ୍ଟର ଶିବ କୁମାରଙ୍କୁ ସୂଚନା ମିଳିଥିଲା ଯେ, ଅବଦୁଲ ଲତିଫ ବିଳମ୍ବିତ ରାତିରେ କାହାକୁ ଦେଖା କରିବା ପାଇଁ ରାଜଘାଟ ପାଖକୁ ଆସିବ | ପୋଲିସକୁ ସୂଚନା ମିଳିବ ପରେ ରାଜଘାଟ ପାଖରେ ଏକ ଟିମ ନିୟୋଜିତ କରାଯାଇଥିଲା | ଜାନୁଆରୀ ୨୦ ତାରିଖ ବିଳମ୍ବିତ ରାତିରେ ଅବଦୁଲକୁ ଗିରଫ କରାଯାଇଥିଲା |

ଗିରଫ ହୋଇଥିବା ଆତଙ୍କବାଦୀଙ୍କ ଠାରୁ ଦୁଇଟି ହେଣ୍ଡ ଗ୍ରେନେଡ଼, ଏକ ଅଟୋମେଟିକ ପିସ୍ତଲ ସମେତ ୨୬ ଟି ବୋମା ଜବତ କରାଯାଇଛି | ଏହାସହ ଏହି ଆତଙ୍କବାଦ ଅପରେସନର କମାଣ୍ଡର ଆବୁ ମୌଜ, ଜିଲ୍ଲା କମାଣ୍ଡର ତାଲହା ଭାଇ, ଉମେର ଇବ୍ରାହିମ ନାମରେ ଜୈସ-ଏ-ମହମ୍ମଦର ୩ଟି ରବର ଷ୍ଟାମ୍ପ ଜବତ କରିଛି ଦିଲ୍ଲୀ ପୋଲିସର ସ୍ପେସିଆଲ ଟିମ |

ଅବଦୁଲ ଲତିଫର ସହଯୋଗୀ ଆତଙ୍କବାଦୀଙ୍କୁ କାବୁ କରିବା ପାଇଁ ଏସପି ଅକ୍ତର ସିଂଙ୍କ ନେତୃତ୍ତ୍ବରେ ଏକ ଟିମକୁ ଜାମ୍ମୁ-କାଶ୍ମୀର ପଠାଯାଇଛି |

{"id":77923}

ନିକଟରେ ଜାମ୍ମୁ କାଶ୍ମୀର ଏବଂ ଶ୍ରୀନଗରର କେତେକ ସ୍ଥାନରେ ଅବଦୁଲ ଲତିଫ ବୋମା ବିସ୍ଫୋରଣ ମାମଲାରେ ମାଷ୍ଟରମାଇଂଡ ଥିଲା | ଅବଦୁଲ ବିବାହିତ ଏବଂ ତାର ଦୁଇ ମାସର ଏକ ଶିଶୁ କନ୍ୟା ରହିଛି | ଦେଶର ରାଜଧାନୀରେ ଦିଲ୍ଲୀରେ  ବିଶେଷ କାର୍ଯ୍ୟକ୍ରମରେ, ମହତ୍ଵପୂର୍ଣ୍ଣ ଦିନମାନଙ୍କରେ ତଥା ସ୍ୱାଧୀନତା ଦିବସ ଏବଂ ସାଧାରଣତନ୍ତ୍ର ଦିବସ ଭଳି ରାଷ୍ଟ୍ରୀୟ ଦିବସ ଅବସରରେ ଆତଙ୍କବାଦୀ ଆକ୍ରମଣ ଯୋଜନା ହୋଇଥାଏ | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.