ଯାତ୍ରା ଦେଖି ଫେରିବା ବେଳେ ଦୁର୍ଘଟଣା, ଦୁଇ ସମ୍ପର୍କୀୟ ଭାଇ ଆହତ

Published By : Prameya-News7 Bureau | August 12, 2022 IST

ଦେବଗଡ, ୧୨/୦୮: ଶୁକ୍ରବାର ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଟିଙ୍କବୀର ଗ୍ରାମ ନିକଟରେ ମଟରସାଇକଲ ଦୁର୍ଘଟଣାରେ ଦୁଇ ଜଣ ଯୁବକ ଆହତ ହୋଇଛନ୍ତି । ଆହତ ଦୁଇ ଯୁବକ ହେଲେ ରେଙ୍ଗାଳବେଡା ଅଞ୍ଚଳର ଦୁଇ ସମ୍ପର୍କୀୟ ଭାଇ ବାପୁନ ମେହେର ଓ ସାହିଲ ମେହେର । ଉଭୟ ବାପୁନ ଓ ସାହିଲ ଟିଙ୍କବୀର ଗ୍ରାମରୁ ଯାତ୍ରା ଦେଖି ଘରକୁ ଫେରୁଥିବା ବେଳେ ଝିପଝିପ ବର୍ଷା ଯୋଗୁଁ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। 

ଦୁର୍ଘଟଣାରେ ଉଭୟ ଭାଇ ଆହତ ହୋଇଥିବା ବେଳେ ରାସ୍ତା ଦେଇ ଯାଉଥିବା ଅନ୍ୟ ପଥଚାରୀ ମାନେ ଉଭୟଙ୍କୁ ଉଦ୍ଧାର କରି ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଉଭୟଙ୍କୁ ଦେବଗଡ ଡାକ୍ତରଖାନାର ସର୍ଜରୀ ୱାର୍ଡରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.